ଗରଦପୁର, ୦୫/୧୨/୨୦୨୦ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ପ୍ରଶାସନଙ୍କ ପକ୍ଷରୁ ବିଭିନ୍ନ ପଂଚାୟତ କାର୍ୟ୍ୟାଳୟ ପରିସରରେ ଶୁକ୍ରବାର ଆଧାର ବିହିନ ଭତା ହିତାଧିକାରୀମାନଙ୍କ ସ୍ୱତନ୍ତ୍ର ଆଧାର ପଞ୍ଜିକରଣ ଶିବିର ଅନୁଷ୍ଟିତ ହୋଇଯାଇଛି । ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତ କାର୍ୟ୍ୟାଳୟ ପରିସରରେ ଶୁକ୍ରବାର ଏହି ପଂଚାୟତରେ ଥିବା ଆଧାର ବିହିନ ଭତା ହିତାଧିକାରୀମାନଙ୍କର ଆଧାର ପଞ୍ଜିକରଣ କରାଯାଇଛି । ଏହି ଶିବିରରେ ଯେଉଁ ହିତାଧିକାରୀମାନଙ୍କର ଆଧାରରେ ତୃଟି ରହିଛି,ସେମାନଙ୍କ ଆଧାର ସଂଶୋଧନ କରାଯାଇ ଥିବାବେଳେ,ଭତା ପାଉଥିବା ଯେଉଁ ହିତାଧିକାରୀମାନଙ୍କର ଆଦୌ ଆଧାର ସଂଯୋଗ କରାଯାଇ ନାହିଁ,ସେମାନଙ୍କର ଆଧାର ପଞ୍ଜିକରଣ କରାଯାଇଛି । ପଂଚାୟତ କାର୍ୟ୍ୟାଳୟ ସୂତ୍ରରୁ ଜଣାଯାଇଛି ଯେ,ବେଡାରୀ ପଂଚାୟତର ମୋଟ ୮୪ ଜଣ ଭତା ହିତାଧିକାରୀମାନଙ୍କର ଆଧାର ସଂଯୋଗ କରାଯାଇ ନ ଥିବାବେଳେ,ଆଜି ଏହି ଶିବିର ମାଧ୍ୟମରେ ୭୫ଜଣ ହିତାଧିକାରୀମାନଙ୍କର ଆଧାର ପଞ୍ଜିକରଣ କାର୍ୟ୍ୟ କରାଯାଇଛି । ଏହି ଆଧାର ପଞ୍ଜିକରଣ ଶିବିରରେ ଡାଟା ଏନ୍ଟ୍ରି ଅପରେଯର ଗୌତମ ମହାନ୍ତି,ଗରଦପୁର ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ବେଡାରୀ ପଂଚାୟତର କାର୍ୟ୍ୟନିର୍ବାହୀ ଅଧିକାରିଣୀ ବୈଜୟନ୍ତୀ ବେହେରା ଓ ବେଡାରୀ ପଂଚାୟତର ସରପଂଚ ଗୋକୁଳାନନ୍ଦ ବେହେରା ପ୍ରମୁଖ ଶିବିର ପରିଚାଳନା କରିଥିବାବେଳେ, ଗରଦପୁର ବ୍ଳକ ବିଡିଓ ରଞ୍ଜିତ୍ କୁମାର ମଲ୍ଲିକ ଶିବିର ପରିଦର୍ଶନ କରିଥିଲେ । ଆଧାର ସଂଯୋଗ କରାଯାଇ ନ ଥିଲେ ଭତା ପାଉଥିବା ହିତାଧିକାରୀମାନଙ୍କୁ ଆସନ୍ତା ଜାନୁଆରୀ ମାସ ଠାରୁ ଭତା ମିଳିବ ନାହିଁ ବୋଲି ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର