କଟକ ୩୦/୦୬/୨୦୨୦(ଓଡ଼ିଶା ସମାଚାର)- କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତର ବ୍ରାହ୍ମଣପଡ଼ା ଅଞ୍ଚଳରେ ଚାଲିଥିବା ଏକ ନକଲି ଜର୍ଦ୍ଦା କମ୍ପାନୀ ଉପରେ ଟାଙ୍ଗୀ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା, ଗୁଟଖା, ଖଇନି, ଶତାବରୀ ଓ ସର୍ଫ ଏକ୍ସେଲ ପ୍ୟାକେଟ ଭର୍ତ୍ତି ପେଟି ଜବତ କରିଛି।
ଦିର୍ଘ ଦିନି ହେବ ଏକ ଘରେ ନକଲି ଜର୍ଦ୍ଦା କାରବାର ଚାଲୁଥିବା ଟାଙ୍ଗୀ ଥାନା ଅଧିକାରୀ ପଦାରବିନ୍ଦ ତ୍ରିପାଠୀ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଫୋର୍ସ ସହିତ ଏହି କମ୍ପାନୀ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଏହାର ମୁଖ୍ୟ ଓ ସହଯୋଗୀମାନେ ଖସି ପଳାଇଥିଲେ। ତେବେ ପୋଲିସ ଏହି ନକଲି ଜର୍ଦ୍ଦା ପ୍ରସ୍ତୁତ କରୁଥିବା ୮ ଜଣ କର୍ମଚାରୀ ଓ ମ୍ୟାନେଜରକୁ ମିଶାଇ ମୋଟ୍ ୯ ଜଣକୁ ଅଟକ ରଖିଛି । ଏମାନଙ୍କ ମଧ୍ୟରେ ଶିଶୁ ଶ୍ରମିକ ଥିବା ମଧ୍ୟ ଜଣା ପଡିଛି। ଜର୍ଦ୍ଦା ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ଗ୍ରାଇଣ୍ଡର, ମିକ୍ସର ମେସିନ, ପ୍ୟାକିଂ ମେସିନ ଆଦି ସହିତ ବିପୁଳ ପରିମାଣର କଞ୍ଚା ମାଲ ଓ ଜର୍ଦ୍ଦା ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି । ଓଡ଼ିଶା ସମାଚାର
Home / ବିଶେଷ / ଟାଙ୍ଗୀ ଥାନା ଅଂଚଳରେ ନକଲି ଜର୍ଦ୍ଦା କମ୍ପାନୀ ଠାବ – ବିପୁଳ ପରିମାଣର ଜର୍ଦ୍ଦା ସହ ପ୍ରସ୍ତୁତିରେ ଲାଗୁଥିବା ମେସିନ୍ ଜବତ-ଶିଶୁ ଶ୍ରମିକ ସମେତ ୯ ଅଟକ