Monday , September 25 2023
Breaking News
Home / ବିଶେଷ /   ସଟ୍ ଡାଉନ  ର ୪ର୍ଥ ପାଳି, ବଜାର ରାସ୍ତା,ଘାଟ ଶୂନଶାନ – ଗାଁ ରେ ସଟ୍ ଡ଼ାଉନ ମଲ୍ୟହୀନ                

  ସଟ୍ ଡାଉନ  ର ୪ର୍ଥ ପାଳି, ବଜାର ରାସ୍ତା,ଘାଟ ଶୂନଶାନ – ଗାଁ ରେ ସଟ୍ ଡ଼ାଉନ ମଲ୍ୟହୀନ                

ଗରଦପୁର ୨୮/୦୬/୨୦୨୦(ଓଡ଼ିଶା ସମାଚାର)- ‘କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନଙ୍କ ପକ୍ଷରୁ ଜୁନ୍ ମାସର ପ୍ରତି  ଶନିବାର ଓ ରବିବାରକୁ ସଟ୍ ଡାଉନ ଘୋଷଣା କରାଯାଇଥିଲା । ଗତ କାଲି ଓ ଆଜି ଏହି ଘୋଷଣାର ୪ର୍ଥ ପାଳି ର  ଶେଷ ହୋଇଥିବାବେଳେ,ପାଟକୁରା ,ଗରଦପୁର, କୋରୁଆ ,ନୂଆପଡା ବଜାର ଓ ପାଟକୁରା ଆଦି ବଜାର ଖାଁ ଖାଁ ହୋଇପଡିଛି ।  ବଜାରରେ ଥିବା ଔଷଧ ଦୋକାନ ଗୁଡ଼ିକୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ,ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ମାତ୍ର ଅଂଚଳର ବିଭିନ୍ନ ଗ୍ରାମଗୁଡିକରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ । କେତେକ ଗ୍ରାମରେ ଦୋକାନ ଗୁଡିକ ଖୋଲିବା,ଛକରେ ଥିବା ଚା’ଦୋକାନଗୁଡିକରେ ଲୋକମାନଙ୍କର ‘ଚା’ ଖଟି ଜମାଇବା ଭଳି ଦେଖାଯାଉଛି । କେହି କାହାରିକୁ ମାନୁ ନ ଥିବାବେଳେ, ଗାଁ ମାନଙ୍କରେ ପୁଲିସ ପଇଁତରା ନାହିଁ । ଆଜି ରବିବାର ଥିବାରୁ ସକାଳେ ଲୁଚା ଛପାରେ  ମଟନ୍, ଚିକେନ୍ ଓ ମାଛ ବ୍ୟବସାୟ ଚାଲୁଥିବାବେଳେ,ଚୋରାରେ ମଦ କାରବାର କରାଯାଉଥିବାର ଅଭିଯୋଗ ହେଉଛି । ନୂଆପଡା – ଗରଦପୁର ଆର.ଡି ରାସ୍ତା,ହଳଦିଆଗଡା-ପାଟକୁରା ଓ ପାଟକୁରା-ଗରଦପୁର ପ୍ରଭୃତି ରାସ୍ତାମାନଙ୍କରେ ବାଇକ୍ ଆରୋହୀମାନଙ୍କର କାଁ ,ଭାଁ ଯାତାୟତ ହେଉଥିବାର ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷରେ ଜନସାଧାରଣ ପ୍ରଶାସନର ନିର୍ଦ୍ଧେଶକୁ କିପରି ଅନୁପାଳନ କରୁଛନ୍ତି,ସେଥିପ୍ରତି ମଧ୍ୟ ପୁଲିସ ପ୍ରଶାସନ କେବଳ ନଜର ରଖିଛି । ମାତ୍ର ପୂର୍ବପରି ରାସ୍ତାରଘାଟରେ ପେଟ୍ରୋଲିଙ୍ଗ କରାଯାଉ ନ ଥିବାର ଦେଖାଯାଇଛି ।   ରାଜ୍ୟ ସରକାର ଓ ଜିଲା ପ୍ରଶାସନଙ୍କର ନିୟମକୁ ମାନି ଗାଁରେ ସାମାଜିକ ଦୂରତ୍ୱ ଅବଲମ୍ବନ,ମାସ୍କ ବ୍ୟବହାର ଏବଂ ସଟ୍ ଡାଉନ ନିୟମକୁ ପାଳନ କରିବାର ଆବଶ୍ୟକତା ରହିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *