ପୁରୀ, ୨୮/୦୬/୨୦୨୦(ଓଡ଼ିଶା ସମାଚାର)- ଆସନ୍ତା ଜୁଲାଇ ୧ ତାରିଖ ବାହୁଡ଼ା ଯାତ୍ରା ଓ ୨ ତାରିଖ ରଥ ଉପରେ ସୁନା ବେଶ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ଆସନ୍ତା ୩୦ ତାରିଖ ମଙ୍ଗଳବାର ରାତି ୧୦ ଟାରୁ ଜୁଲାଇ ୨ ତାରିଖ ଗୁରୁବାର ରାତି ୧୦ ଟା ପର୍ଯ୍ୟନ୍ତ ପୁରୀ ଜିଲାରେ କର୍ଫ୍ୟୁ ଜାରି କରାଯାଇଛି । ଏହି ସମୟରେ କେବଳ ଜରୁରୀ କାଳିନ ସେବା ଜାରି ରହିବ । କୌଣସି ଜରୁରୀ ଆବଶ୍ୟକ ନଥିଲେ କୌଣସି ପରିସ୍ଥିତିରେ କେହି ବଡ଼ା ଦାଣ୍ଡକୁ ଆସିବା ମନା । ଏହାଛଡ଼ା ବଡ଼ଦାଣ୍ଡର ସମସ୍ତ ଘର ଓ ଧର୍ମାନୁଷ୍ଠାନ ଯାଂଚ କରାଯିବ । ଘର ଲୋକ ଛଡ଼ା ଅନ୍ୟ କେହି ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୁଣ୍ଡିଚା ଯାତ୍ରା ପରି ଜନସାଧାରଣ ଶ୍ରୀ ଜୀଉଙ୍କ ବାହୁଡ଼ା ଯାତ୍ରା ପାଇଁ ଘରେ ରହି ସହଯୋଗ କରିବା ପାଇଁ ଜିଲାପାଳ ବଲୱନ୍ତ ସିଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର