Friday , October 22 2021
Home / ତାଜା ଖବର / ଭାରସାମ୍ୟ ହରାଇ କାର ଓଲଟିଲା: ଦୁଇ ଆହତ

ଭାରସାମ୍ୟ ହରାଇ କାର ଓଲଟିଲା: ଦୁଇ ଆହତ

  ନିରାକାରପୁର, ୨୮/୦୬/୨୦୨୦(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଜଙ୍କିଆ ବଜାର ଉପରେ ଆଜି ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସେଥିରେ ଥିବା ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଗୋଟିଏ ମାରୁତି କାର ନଂ ଓଆର ୦୨ ଏଇ ୬୭୫୦ ଗାଡ଼ିରେ ବ୍ରହ୍ମପୁର ପଟୁ ଦୁଇଜଣ ବ୍ୟକ୍ତି ଭୁବନେଶ୍ୱର ଆଡ଼କୁ ଯାଉଥିବାବେଳେ ହଠାତ ଜଙ୍କିଆ ବଜାର ଉପରେ ଯାଇଥିବା ଓଭର ବିଜ୍ରରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏଥିରେ ବସିଥିବା ଦୁଇ ଜଣ ଆହତଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ପଠାଇଥିବା ଜଣାପଡ଼ିଛି । ଉକ୍ତ ଦୁଇ ଜଣ ବ୍ୟକ୍ତିଙ୍କର ରିପୋର୍ଟ ଲେଖା ସୁଦ୍ଧା ପରିଚୟ ମିଳି ପାରି ନଥିବା ଜଙ୍କିଆ ଆଇଆଇସି ସତ୍ୟବ୍ରତ ଲେଙ୍କାଠାରୁ ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *