Sunday , October 1 2023
Home / ତାଜା ଖବର / କରୋନା ସମ୍ପର୍କିତ ତାଜା ଖବର : ଓଡ଼ିଶା ରେ ଆଉ ୩ ଜଣ କରୋନା ରେ ମୃତ, ଆଉ ୨୬୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ସମ୍ପର୍କିତ ତାଜା ଖବର : ଓଡ଼ିଶା ରେ ଆଉ ୩ ଜଣ କରୋନା ରେ ମୃତ, ଆଉ ୨୬୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୮/୦୬/୨୦୨୦(ଓଡ଼ିଶା ସମାଚାର)- ଓଡ଼ିଶା ରେ ଆଉ ୩ ଜଣ କରୋନା ରେ ମୃତ୍ୟୁ ବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟର ମାଧମରେ ଦେଇଥିବା ସୂଚନା ଅନୁସାରେ ଜଣେ ଗଂଜାମ ଜିଲାର ୭୫ ବର୍ଷ ବୟସ୍କ ବୃଦ୍ଧ ଙ୍କର ମୃତ୍ୟୁ ହୋଇଛି । ସେ ଅନ୍ୟ ଜଟିଳ ରୋଗରେ ମଧ୍ୟ ପିଡ଼ିତ ଥିଲେ । ସେହିପରି ଅନ୍ୟ ଜଣେ କଟକ ଜିଲାର ୬୫ ବର୍ଷ ବୟସ୍କ ପୁରୁଷ । ସେ ମଧ୍ୟ ଅନ୍ୟ ଜଟିଳ ରୋଗରେ ମଧ୍ୟ ପିଡ଼ିତ ଥିଲେ । ଆଉ ଜଣେ ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଭୁବନେଶ୍ୱର ର ୭୩ ବର୍ଷ ବୟସ୍କ ବୃଦ୍ଧ ଙ୍କର ମୃତ୍ୟୁ ହୋଇଛି । ସେ ମଧ୍ୟ ଅନ୍ୟ ଜଟିଳ ରୋଗରେ ମଧ୍ୟ ପିଡ଼ିତ ଥିଲେ । ଏହାକୁ ରାଜ୍ୟରେ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଆଉ ୨୬୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୦ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୬୬୧୪ କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ମୋଟ୍ ୪୬୦୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି । ଆଉ ୧୯୮୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *