ଭୁବନେଶ୍ୱର, ୨୬/୫/୨୦୨୦( ଓଡ଼ିଶା ସମାଚାର)- ରାଜ୍ୟରେ ଆଉ ୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲାରେ ୫ ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁର ଜିଲାରେ ୨ ଜଣ,ବାଲେଶ୍ୱର ଜିଲାରେ ୪ ଜଣ,ଖୋର୍ଦ୍ଧା ଜିଲାରେ ୪ ଜଣ, ପୁରୀ ଜିଲାରେ ୪ ଜଣ, କଟକ ଜିଲାରେ ୧୬ ଜଣ,କେନ୍ଦ୍ରାପଡ଼ା ଜିଲାରେ ୬ ଜଣ,ନୟାଗଡ଼ ଜିଲାରେ ୩ ଜଣ,ବଲାଙ୍ଗିର ଜିଲାରେ ୧୪ ଜଣ ,ଅନୁଗୁଳ ଜିଲାରେ ଜଣେ,କେନ୍ଦୁଝର ଜିଲାରେ ୮ ଜଣ,କନ୍ଧମାଳ ଜିଲାରେ ୭ ଜଣ,ଢ଼େଙ୍କାନାଳ ଜିଲାରେ ୩ ଜଣ,ଝାରସୁଗୁଡ଼ା ଜିଲାରେ ଜଣେ ଓ ସୋନପୁର ଜିଲାରେ ଜଣେ ଆକ୍ରାନ୍ତ ଚି÷ହ୍ନଟ ହୋଇଛନ୍ତି ।
ଅନ୍ୟ ପକ୍ଷରେ ଆଜି ୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲାର ୨୪ ଜଣ ସୁସ୍ଥ ହୋଇଥିବାବେଳେ ଯାଜପୁର ଜିଲାରେ ୧୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ୱର ଜିଲାରେ ୧୧ ଜଣ,କଟକ ଜିଲାରେ ୭ ଜଣ,ଭଦ୍ରକ ଜିଲାରେ ୬ ଜଣ ,କେନ୍ଦ୍ରାପଡ଼ା ଜିଲାରେ ୫ ଜଣ,ଖୋର୍ଦ୍ଧା ଓ ପୁରୀ ଜିଲାରେ ୪ ଜଣ , ନୟାଗଡ଼ ଓ ମୟୁରଭଂଜ ଜିଲାରେ ୨ ଜଣ ଲେଖା ଓ ସୁନ୍ଦରଗଡ଼ ଜିଲାରେ ଜଣେ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୫୧୭ , ୭ ଜଣ ମୃତ୍ୟୁ ବରଣ କରିଥିବାବେଳେ ୭୩୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଅବଶିଷ୍ଟ ୭୭୭ ଜଣ ସକ୍ରିୟ ଚିକିତ୍ସାଧିନ ଅଛନ୍ତି । ଓଡ଼ିଶା ସମାଚାର