କଟକ ,୧୯/୦୫/୨୦୨୦ (ଓଡ଼ିଶା ସମାଚାର)- ତାମିଲନାଡ଼ୁ ରୁ ଭଦ୍ରକ ଫେରୁଥିବା ପ୍ରବାସୀ ଓଡ଼ିଆ ଙ୍କ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । କଟକ ଜିଲା ଟାଙ୍ଗୀ ନିକଟସ୍ଥ ବନ୍ଦାଳ ନିକଟରେ ରାସ୍ତା କଡ଼ÿରେ ଛିଡ଼ା ହୋଇଥିବା ଏକ ଟ୍ରକ୍ କୁ ପଛପଟୁ ବସ ଟି ଧକା ଦେଇଛି । ବସ ର ଦୁଇ ଡ଼୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଉକ୍ତ ବସ ରେ ୧୭ ଜଣ ପ୍ରବାସୀ ଶ୍ରମିକ ଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଥିବା ଖବର ମିଳିଛି । ଆହତ ମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଆମ୍ବୁଲାନ୍ସ ସହାୟତାରେ ନିଆଯାଇଛି । ଦୁର୍ଘଟଣାସ୍ଥଳରେ ଟାଙ୍ଗୀ ଥାନା ପୋଲିସ ପହଂଛି ତଦନ୍ତ ଆରମ୍ଭକରିଛି । ଓଡ଼ିଶା ସମାଚାର