ଭୁବନ ୧୯/୦୫/୨୦୨୦(ଓଡ଼ିଶା ସମାଚାର)-ମହାମାରୀ କରୋନା ପାଇଁ ସରକାର ମାର୍ଚ୍ଚ ୨୪ ରୁ ତାଲାବନ୍ଦ ଘୋଷଣା କରିଥିବାରୁ ସହର ବଜାରରେ ଅସହାୟ ଭାବେ ବୁଲୁଥିବା ଭିକାରୀ,ଭିନ୍ନକ୍ଷମ ଓ ନିହାତି ଗରିବ ଲୋକଙ୍କୁ ଦୁଇଓଳି ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ଏନଏସି ପ୍ରଶାସନ ଓ ବ୍ଲକ ପ୍ରଶାସନ କୁ ନିର୍ଦ୍ଧେଶ ଦେଇଥିଲେ । ମାର୍ଚ୍ଚ ୨୫ ତାରିଖ ଠାରୁ ଏନଏସି ରେ ଦୈନିକ ୨୦/୩୦ ଲୋକଙ୍କୁ ଦ୍ୱିପ୍ରହରରେ ଭାତ ଡାଲମା ଓ ଅପରାହ୍ନରେ ଚୁଡା ଚିନି ବଂଟନ କରାଯାଉଥିବା ବେଳେ ବିଭିନ୍ନ ପଂଚାୟତରେ ଦ୍ୱିପ୍ରହର ଭୋଜନରେ ଲୋକଙ୍କୁ ଏକାଥରକେ ଦୁଇଓଳିର ଖାଦ୍ୟ ଦିଆଯାଉଥିଲା । ଲୋକେ ଖାଇବା ସହ ରାତି ଖାଇବା ପାଇଁ ମଧ୍ୟ ନେଇଯାଉଥିଲେ । ଏବେ ବିଭିନ୍ନ ପଂଚାୟତକୁ ପ୍ରବାସୀ ମାନଙ୍କର ଆଗମନ ହେବା ଯୋଗୁ ସେମାନଙ୍କ ରହିବା ଓ ଖାଦ୍ୟ ପାନୀୟ ବ୍ୟବସ୍ଥା କରିବା ସହିତ ଗରିବ ଅସହାୟ ଲୋକଙ୍କୁ ଅନ୍ୟତ୍ର ରନ୍ଧା ଖାଦ୍ୟ ଯୋଗାଇବା ପ୍ରଶାସନ ପାଇଁ କାଠିକର ପାଠ ହେଉଥିଲା । ମଇଁ ମାସ ୩୧ ତାରିଖ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ହୋଇଥିଲା ବେଳେ ଭୁବନ ଏନଏସିରେ କୌଣସି ପୂର୍ବ ସୂଚନା ନଦେଇ ଆଜି ଠାରୁ ଅସହାୟ,ନିରାଶ୍ରୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ବନ୍ଦ କରି ଦିଆଯାଇଥିବା ଯୋଗୁ ଧୂ ଧୂ ଖରାରେ ଲୋକମାନେ ଖାଇବାକୁ ନପାଇ ନିରାଶ ହୋଇ ଭୋକ ଉପାସରେ ଚାଲିଚାଲି ଫେରିଥିଲେ । ଏ ସଂପର୍କରେ ଏନଏସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ ଙ୍କୁ ପଚାରିବାରୁ ମଇଁ ୧୭ ତାରିଖ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଦେବାକୁ ଆମ୍ଭଙ୍କୁ ନିର୍ଦ୍ଧେଶ ଥିଲା । ଆଜିଠାରୁ ଆଉ ଖାଦ୍ୟ ଦିଆଯିବ ନାହିଁ ବୋଲି ସୂଚନା ଦେବା ସତ୍ୱେ ଆଜି ପୁଣି ଲୋକମାନେ ଆସି ଗହଳ କରିଥିଲେ ବୋଲି କହିବା ସହ ପୁଣି ନିର୍ଦ୍ଧେଶ ଆସିଲେ ରନ୍ଧା ଖାଦ୍ୟ ଦିଆଯିବ ବୋଲି କହିଥିଲେ । ଦୈନିକ ୧୦୭୯ ଲୋକଙ୍କୁ ବିଭିନ୍ନ ପଂଚାୟତରେ ରନ୍ଧା ଖାଦ୍ୟ ଦିଆଯାଉଛି ,ବ୍ଲକରେ ରନ୍ଧାଖାଦ୍ୟ ବନ୍ଦ ନାହିଁ ବୋଲି ବିଡିଓ ଆଶୀର୍ବାଦ ପରିଡା ସୂଚନା ଦେଇଛନ୍ତି । ଲକଡାଉନ ପାଇଁ ଦୋକାନ,ବଜାର ହୋଟେଲ ବନ୍ଦ ଏଭଳି ସ୍ଥିତିରେ ଭିକାରୀ ମାନେ ଖାଇବେ କଣ ଚଳିବେ କେମିତି ? ବ୍ଲକରେ ଖୋଲା କନ୍ତୁ ଏନଏସି ରେ କାହିଁକି ତାଲା ? ତେଣୁ ଲକଡାଉନ ଚାଲିଥିବା ପର୍ଯ୍ୟନ୍ତ ଅସହାୟ ନିଃସହାୟ ଗରିବ ଲୋକ,ଭିକାରୀ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲ ଦାବି କରୁଛନ୍ତି । ଓଡ଼ିଶା ସମାଚାର
Home / ବିଶେଷ / ମାଗଣା ରନ୍ଧା ଖାଦ୍ୟ ବନ୍ଦ, ନିରାଶ ହୋଇ ଉପାସ ରେ ଫେରିଲେ ଉପାସ ଭିକାରୀ ଓ ଭିନ୍ନକ୍ଷମ – ବ୍ଲକରେ ଖୋଲା,ଏନଏସି ରେ ତାଲା?