ଭୁବନେଶ୍ୱର ,୧୯/୦୫/୨୦୨୦ (ଓଡ଼ିଶା ସମାଚାର)- ଆଉ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲାର ୨୦ ଜଣ, କେନ୍ଦ୍ରାପଡ଼ା ଜିଲାର ୫ ଜଣ, ବାଲେଶ୍ୱର ଜିଲାର ୨ ଜଣ, ଭଦ୍ରକ ଜିଲାର ୨ ଜଣ ଓ ନୟାଗଡ଼ ଜିଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୩୦୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ । ଅବଶିଷ୍ଟ ୬୬୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି । ଓଡ଼ିଶା ସମାଚାର