Monday , December 6 2021
Breaking News
Home / ବିଶେଷ / ବାତ୍ୟା ପ୍ରସ୍ତୁତି ଲାଗି ଲୋକସେବା ଭବନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା ବୈଠକ – ପାନୀୟଜଳ ଯୋଗାଣ ଉପରେ ସର୍ବାଧିକ ଗୁରୁତ୍ୱ

ବାତ୍ୟା ପ୍ରସ୍ତୁତି ଲାଗି ଲୋକସେବା ଭବନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା ବୈଠକ – ପାନୀୟଜଳ ଯୋଗାଣ ଉପରେ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର ,୧୯/୦୫/୨୦୨୦ (ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ପାନୀୟଜଳ ଯୋଗାଣରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପଂଚାୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଧେଶ ଦେଇଛନ୍ତି ।
ଲୋକସେବାଭବନ ଠାରେ ବାତ୍ୟା ମୁକାବିଲା ସଂକ୍ରାନ୍ତରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ଜେନା ଏଭଳି ନିର୍ଦ୍ଧେଶ ଦେଇଛନ୍ତି । ବାତ୍ୟା ସମୟ ଓ ଏହାର ପରବର୍ତୀ ଅବସ୍ଥାରେ ନିରବଚ୍ଛିନ୍ନ ପାନୀୟଜଳ ଯୋଗାଣ ଲାଗି ପ୍ରତ୍ୟେକ ଜଳ ଯୋଗାଣ କେନ୍ଦ୍ରରେ ଜେନେରେଟର ରଖିବା ସହିତ ପିଭିସି ଟାଙ୍କି ଗୁଡିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେହିଭଳି ବଡ ବଡ ପାଣି ଟାଙ୍କି ଗୁଡିକରେ ଜଳ ଭର୍ତି କରି ରଖିବାପାଇଁ ମଧ୍ୟ ମନ୍ତ୍ରୀ କହିଛନ୍ତି । ଏହି ସମୟରେ ସମସ୍ତ କର୍ମଚାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି । ବାତ୍ୟା ପ୍ରବଣ ପ୍ରତି ଜିଲ୍ଲାରେ ପାନୀୟଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ସକାଶେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପାହ୍ୟାର ଜଣେ କରି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ସହରଂଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ଲାଗି ଅଗ୍ନିବିଭାଗ ସହିତ ସମନ୍ୱୟ ରକ୍ଷାକରି ପଦକ୍ଷେପ ନେବାକୁ ମନ୍ତ୍ରୀ କହିଛନ୍ତି ।
ସେହିଭଳି ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାରେ ୭୬୦୦ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରି ରଖାଯାଇଛି । ଏଠାକୁ ସ୍ଥାନାନ୍ତରିତ ହେବାକୁ ଥିବା ବ୍ୟକ୍ତିଙ୍କୁ ଯେଭଳି ଖାଦ୍ୟ, ପାନୀୟ ଆଦିରେ କୌଣସି ତ୍ରୁଟି ନହୁଏ ତାହା ଉପରେ ଦୃଷ୍ଟି ଦେବାକୁ ମନ୍ତ୍ରୀ ଶ୍ରୀ ଜେନା ବରିଷ୍ଠ ଅଧିକାରୀମାନଙ୍କୁ ପରମର୍ଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୧ ରୁ ୧୨ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବାପାଇଁ ସରକାର ପ୍ରସ୍ତୁତ ହୋଇ ରହିଥିବା ମନ୍ତ୍ରୀ କହିଛନ୍ତି ।
ବାତ୍ୟା ପ୍ରବଣ ଉପକୂଳ ଜିଲ୍ଲାର ଗାଁ ଗହଳରେ ଲୋକେ ଯେଭଳି ପାନୀୟଜଳ, ଖାଦ୍ୟ ଆଦି ପାଇଁ ସମସ୍ୟାରେ ନପଡନ୍ତି ସେଥିଲାଗି ପଂଚାୟତିରାଜ ପ୍ରତିନିଧିଙ୍କ ସହ ସମନ୍ୱୟ ରକ୍ଷାକରି ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ, ପଂଚାୟତିରାଜ ଓ ପାନୀୟଜଳ ବିଭାଗର ପ୍ରମୁକ ସଚିବ ଦେଓ ରଞ୍ଜନ କୁମାର ସିଂହ, ପାନୀୟଜଳ ନିର୍ଦ୍ଧେଶକ, ପୌର ନିର୍ଦ୍ଧେଶକଙ୍କ ସହିତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *