Saturday , October 16 2021
Breaking News
Home / ରାଜନୀତି / ବାତ୍ୟା ଓ ବର୍ଦ୍ଧିତ ‘ଭାଟ୍’ ଆଳରେ ବେପାରିଙ୍କ ଖାଉଟି ଶୋଷଣ : ସମାଜବାଦୀ ପାର୍ଟି

ବାତ୍ୟା ଓ ବର୍ଦ୍ଧିତ ‘ଭାଟ୍’ ଆଳରେ ବେପାରିଙ୍କ ଖାଉଟି ଶୋଷଣ : ସମାଜବାଦୀ ପାର୍ଟି

ଭୁବନେଶ୍ୱର ,୧୯/୦୫/୨୦୨୦ (ଓଡ଼ିଶା ସମାଚାର)- ରାଜ୍ୟ ସରକାର୧୭ ତାରିଖଠାରୁ ପେଟ୍ରୋଲ୍ ଓ ଡିଜେଲ୍ରେ ଶତକଡ଼ା ୬ ଓ ଶତକଡ଼ା ୨ ଭାଟ୍ ବୃଦ୍ଧି କରିଛନ୍ତି । ପେଟ୍ରୋଲ୍ ଗୋଟେ ଲିଟରରେ ୩ ଟଙ୍କା ୧୧ ପଇସା ବଢିଥିଲାବେଳେ ଡିଜେଲ୍ ଲିଟର ପିଛା ୧ଟଙ୍କା ୩ ପଇସା ଭାଟ୍ ବଢିଛି । ଭାଟ୍ର ଆଳ ଦେଖାଇ ଟ୍ରକ୍ ମାଲିକମାନେ ମାଲ୍ ପରିବହନ କ୍ଷେତ୍ରରେ ଟ୍ରକ ପିଛା ୧୦୦ ରୁ ୨୦୦ ଟଙ୍କା ହଠାତ୍ ଭଡ଼ା ବୃଦ୍ଧି କରିଛନ୍ତି । ସେହିପରି ୩ ଦିନ ହେଲା ରାଜ୍ୟରେ ମହାବାତ୍ୟା ‘ଅ¶ନ’କୁ ନେଇ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି । କଙ୍କଡ଼ାକୁ ଗୋଡ଼ିପାଣି ସୁଆଦିଆ ଭଳି ଅସାଧୁ ବେପାରୀମାନେ ଏହାର ଫାଇଦା ଉଠାଇବାରେ ଲାଗିଛନ୍ତି ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଅଭିଯୋଗ କରିଛି । ଗତ ୧୫ ତାରିଖ ପର୍ଯ୍ୟନ୍ତ କିଲୋପିଛା ୧୬ଟଙ୍କାରୁ ୧୮ ଟଙ୍କାରେ ବିକ୍ରି ହେଉଥିବା ଆଳୁ ପିଆଜ୍ ହଠାତ୍ ୨୫ ରୁ ୩୦ ଟଙ୍କାକୁ ବଢିଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ଖାଉଟି ଓ ଯୋଗାଣ ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ଯେତେ ସଫେଇ ଦେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଜାରରେ ଅଭାବ ନାହିଁ, ତେଣୁ ଅଧିକ ସଂଖ୍ୟାରେ ଛାନିଆ ହୋଇ ଖାଉଟିମାନେ ନ କିଣନ୍ତୁ ବୋଲି ଯେତେ ନିବେଦନ କରିଥିଲେ ସୁଦ୍ଧା ବାତ୍ୟା ସମୟରେ କାଳେ ଗମନାଗମନ ବାଧାପ୍ରାପ୍ତ ହେଲେ ୮ ଦିନ ପାଇଁ ଏହିସବୁ ସାମଗ୍ରୀର ଅଭାବ ଦେଖାଦେବ ? ଡାଲି, ଚାଉଳ, ତେଲ, ଚା, ଚିନି ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ବଜାରରୁ ଉଭେଇ ଯିବ ଏହି ଆଶଙ୍କାରେ ସାଧାରଣ ଖାଉଟିମାନେ ଅଧିକ ଦର ଦେଇ ଏହିସବୁ ସାମଗ୍ରୀ କିଣିବାରେ ଲାଗିଛନ୍ତି । ଏହାର ଫାଇଦା ନେଇ ଅସାଧୁ ବେପାରୀ ଓ କଳାବଜାରୀମାନେ ହଠାତ୍ ଦର ବୃଦ୍ଧି କରିଛନ୍ତି । ଯଦି ପ୍ରକୃତରେ ବାତ୍ୟା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼େ ଏବଂ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ଅତ୍ୟାବଶ୍ୟକୀ ସାମଗ୍ରୀ ଆସିବାରେ ବାଧା ଉପୁଜେ ତା’ହେଲେ ଓଡ଼ିଶାର ସାଧାରଣ ଖାଉଟିମାନେ ଆହୁରି ଅଧିକ ଶୋଷଣର ସମ୍ମୁଖୀନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ତେଣୁ ସରକାର ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅସାଧୁ ବେପାରୀଙ୍କର କଳାବଜାରୀ ଓ ଲାଭଖୋରୀ ଦାଉରୁ ସାଧାରଣ ଖାଉଟିଙ୍କୁ ରକ୍ଷା କରିବା ସହିତ ଦର୍ଦାମ୍କୁ ନିୟନ୍ତ୍ରଣକୁ ଆଣିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ରାଜ୍ୟ ସରକାର ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଏକ ଦର ତାଲିକା ଖବରକାଗଜ ମାଧ୍ୟମରେ ପ୍ରକାଶ କରିବା ସହିତ ବ୍ୟବସାୟୀମାନେ ତାଙ୍କ ଦୋକାନ ଆଗରେ ଏହି ଦର ତାଲିକାକୁ ଟାଙ୍ଗିବା ପାଇଁ ନିର୍ଦ୍ଧେଶ ଦେବାକୁ ସେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ : କଂଗ୍ରେସ ଦଳ ପକ୍ଷରୁ ଥାନା ସମ୍ମୁଖରେ ଧାରଣା

କଳାହାଣ୍ଡି ,୧୫/୧୦/୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଆଜି ଗୋଳାମୁଣ୍ଡା ବ୍ଲକ କେ – ଗାଁ ଥାନା ସମ୍ମୁଖରେ …

Leave a Reply

Your email address will not be published. Required fields are marked *