କେନ୍ଦ୍ରାପଡ଼ା ୧୯/୦୫/୨୦୨୦(ଓଡ଼ିଶା ସମାଚାର)-ବାତ୍ୟା ଅମ୍ଫାନର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ପରିଷଦ ସଭାପତ ମାନଓ କୁମାର ପରିଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ସେସୁର କେନ୍ଦ୍ରାପଡା ନିର୍ବାହୀ ଯନ୍ତ୍ରୀ ଇଂ ସିମିତ ଦାସ ,ମାର୍ଶାଘାଇ ସେସୁ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ୍ତ କୁମାର ଦାସ, ଜନସ୍ୱାସ୍ଥ୍ୟ ସବଡିଭିଜନର ସହକାରୀ ଯନ୍ତ୍ରୀ ଜନ୍ମେଜୟ ନାୟକ, ଅଧିକ୍ଷଣ ଯନ୍ତ୍ରୀ ଇଂ ହାଡିବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ମୁକାବିଲା କରିବା ଓ ବାତ୍ୟା ପରେ ତୁରନ୍ତ ଛିନ୍ନ ହୋଇପଡିଥିବା ବିଦୁ୍ୟତ ସରବରାହ କୁ ସଜାଡିବା ଏବଂ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାତ୍ୟା ପରେ ପାନୀୟଜଳ ଯୋଗାଣ ବ୍ୟବସ୍ଥାର ସୁନିୟନ୍ତ୍ରୀତ କରିବା ପ୍ରଭୃତି ସମ୍ପର୍କରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ପରିଡା ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀବର୍ମା ସଂପୃକ୍ତ ବିଭାଗର ଅଧିକାରୀମାନଙ୍କୁ ବାତ୍ୟା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେବାସହ ସଠିକ ସମୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । ଓଡ଼ିଶା ସମାଚାର