Thursday , September 29 2022
Breaking News
Home / ବିଶେଷ / ବରିଷ୍ଠ ଆଇଏଏସ ଅଫିସର କେନ୍ଦ୍ରାପଡ଼ା ଜିଲା ଦାୟିତ୍ୱରେ

ବରିଷ୍ଠ ଆଇଏଏସ ଅଫିସର କେନ୍ଦ୍ରାପଡ଼ା ଜିଲା ଦାୟିତ୍ୱରେ

କେନ୍ଦ୍ରାପଡ଼ା,୧୯/୦୫/୨୦୨୦(ଓଡ଼ିଶା ସମାଚାର)- ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଯୋଜନା ଆରମ୍ଭ କରିଦେଇଛନ୍ତି । ରାଜ୍ୟ ସରକାର ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ବାତ୍ୟା ଅମ୍ଫାନରେ ପ୍ରଭାବିତ ହେବାକୁ ଆଶଙ୍କା କରାଯାଉଥିବା ୪ ଟି ଜିଲାକୁ ୪ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ପଠାଯାଇଛି । ଏହି କ୍ରମରେ କେନ୍ଦ୍ରାପଡ଼ାର ପ୍ରାକ୍ତନ ଜିଲାପାଳ ତଥା ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲା କୁ ପଠାଯାଇଛି । କେନ୍ଦ୍ରାପଡା ରେ ପହଂଚି ଶ୍ରୀ ଶର୍ମା ସମ୍ଭାବ୍ୟ ମହାବାତ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ସମୁଦ୍ର ଉପକୂଳକୁ ଲାଗିରହିଥିବା ୫ କିଲୋମିଟର ଦୂରତା ମଧ୍ୟରେ ରହିଥିବା ଗାଁ ମାନଙ୍କରୁ ଲୋକମାନଙ୍କୁ ନିକଟରେ ଥିବା ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ସ୍ଥାନାନ୍ତର କରିବାକୁ ଶ୍ରୀ ଶର୍ମା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକରେ କୋଭିଡ ନିୟମକୁ କଡାକଡି ଭାବେ ଅନୁପାଳନ କରିବାକୁ ପ୍ରାଥମିକତା ଦିଆଯିବାକୁ ଶ୍ରୀ ଶର୍ମା କହିଛନ୍ତି । ୧୯ ତାରିଖ ସଂଧ୍ୟା ସୁଧା ଏହି ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବାକୁ କୁହାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କରେ ଖାଦ୍ୟ ପାନୀୟ ବିଜୁଳିକୁ ସୁବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟା ବିତ୍ପାତ ସମୟରେ ରିଲିଫ ଓ ଉଦ୍ଧାର କାର୍ୟ୍ୟରେ ଏନ୍ ଡି ଆର୍ ଏଫ୍ , ଓଡରାଫ୍ ଓ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି । ଆବଶ୍ୟକ ହେଲେ ଆହୁରି ଅଧିକ ଏହି ଉଦ୍ଧାର କାରୀ ଦଳଙ୍କୁ ନିୟୋଜିତ କରାଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି । ଏହା ଛଡା ବାତ୍ୟା ପରେପରେ ଜିଲ୍ଲାରେ କ୍ଷତିଗ୍ରସ୍ତ ବିଭିନ୍ନ ବିଭାଗର ବ୍ୟବସ୍ଥା ଗୁଡିକୁ ଯୁଦ୍ଧକାଳୀନ ଭିତିରେ ସଜାଡିବାକୁ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ବିଜୁଳି , ରାସ୍ତା , ପାନୀୟଜଳ ,ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ସଜାଗ ହୋଇ ରହିବାକୁ ସେ ତାଗିଦ କରିଛନ୍ତି । ଜିଲ୍ଲାର ଏହି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା , ଅତିରିକ୍ତ ଜିଲ୍ଲାପାଳ ନରହରି ସେଠି, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର , ପିଡି ଡିଆରଡିଏ ଦିଲ୍ଲୀପ ପରିଡା ଆଦି ବରିଷ୍ଠ ଅଧିକାରୀ ମାନେ ଯୋଗଦେଇଥିଲେ । ତେବେ ସମୁଦ୍ର କୁଳିଆ ଲୋକମାନଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.