ଭୁବନେଶ୍ୱର ,୧୯/୦୫/୨୦୨୦ (ଓଡ଼ିଶା ସମାଚାର)- ଆଉ ଜଣେ ଆକ୍ରାନ୍ତ ଙ୍କ ମୃତ୍ୟୁ ହୋଇଛି । ମୃତକ କଟକ ଜିଲାର ଜଣେ ୭୫ ବର୍ଷ ବୟସ୍କ ପୁରୁଷ । ତାଙ୍କର ଫୁସଫୁସ ଜନିତ ରୋଗରେ ପିଡ଼ିତ ହୋଇ ଏମଏସ ରେ ଜରୁରୀ ଆଡ଼ମିଟ ହୋଇଥିଲେ । ତେବେ ଆଡ଼ମିଟ ହେବାର ଅଳ୍ପ ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ଓ ପରେ ତାଙ୍କର ନମୂନା ପରୀକ୍ଷାରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଚ୍ଚାପଡ଼ିଥିଲା । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି ପାଇଛି । ଓଡ଼ିଶା ସମାଚାର