Wednesday , October 20 2021
Breaking News
Home / ବିଶେଷ / ୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ୪ ଜିଲା ଦାୟିତ୍ୱ

୪ ବରିଷ୍ଠ ଆଇଏଏସ ଅଫିସରଙ୍କୁ ୪ ଜିଲା ଦାୟିତ୍ୱ

ଭୁବନେଶ୍ୱର ,୧୮/୦୫/୨୦୨୦ (ଓଡ଼ିଶା ସମାଚାର)- ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଆ¶ାନ କୁ ସୁପରିଚାଳନା କରିବା ପାଇଁ ରାଜ୍ୟ ସରକାର ୪ ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ପ୍ରଭାବିତ ଆଶଙ୍କା ଥିବା ୪ ଟି ଜିଲା ଦାୟିତ୍ୱ ଦିଆଯାଇଛି । ଏହି ୪ ବରିଷ୍ଠ ଆଇଏଏସ ଅଫିସର ହେଉଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୁଦନ ପାଢ଼ୀ,ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ , ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଉଚ୍ଚ ଶିକ୍ଷା ବିଭାଗ କମିଶନର ତଥା ସଚିବ ସାଶ୍ୱତ ମିଶ୍ର । ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ୱର ଜିଲା ଦାୟିତ୍ୱ ଦିଆଯାଇଥିବାବେଳେ ସୁଶିଲ କୁମାର ଲୋହାନୀ ଙ୍କୁ ଭଦ୍ରକ ଜିଲା ଦାୟିତ୍ୱ , ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲା ଦାୟିତ୍ୱ ଓ ସାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲା ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ରେ ସ୍ଥଳଭାଗ ଛୁଇଁବାକୁ ନଥିଲେ ମଧ୍ୟ ମହାବାତ୍ୟାକୁ ଅମ୍ଭେ ମୁକାବିଳା କରିବା ପାଇଁ ପ୍ରସ୍ତୁତ ଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ କହିଛନ୍ତି । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ବର୍ତମାନ ସ୍ଥାନାନ୍ତରିଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । ଆସନ୍ତା କାଲି ସକାଳ ସୁଦ୍ଧା ସମସ୍ତଙ୍କୁ ସ୍ଥାନାନ୍ତରିତ କରାଯିବ । ଓଡ଼ିଶା ସମାଚାର

About admin

Check Also

ସମସ୍ୟା ରେ ଜର୍ଜରିତ କରଡ଼ା ପଞ୍ଚାୟତ : ଗ୍ରାମବାସୀଙ୍କ ସମସ୍ୟା ନ ସୁଧୁରିଲେ ଭୋଟ ବର୍ଜନ ନିଷ୍ପତି

ବାଲିଗୁଡା,୨୦/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ମୋବାଇଲ ଟାୱାର ନାହିଁ ତ ଭୋଟ ନାହିଁ, ଭୋଟ କଥା ପୁରାପୁରି ଭୁଲିଯାଅ ବୋଲି ଏବେଠାରୁ …

Leave a Reply

Your email address will not be published. Required fields are marked *