ତାରପୁର, ୧୮/୫/୨୦୨୦ ( ଓଡ଼ିଶା ସମାଚାର)- ହରିଣ ଙ୍କ ମୁହଁରୁ ମୁଗ ଫସଲକୁ ରକ୍ଷା କରିବା ପାଇଁ ବିଲରେ ମଂଚା ତିଆରି କରି ଜଗିଥିବାବେଳେ ସର୍ପାଘାତରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଏପରି ଘଟଣା ଘଟିଛି ରଘୁନାଥପୁର ବ୍ଲକ ତଅଁରା ପଂଚାୟତ ରାମଚନ୍ଦ୍ରପୁର ଗ୍ରାମରେ । ଏହି ବ୍ଲକ୍ ଅଧିନରେ ଥିବା ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲରେ ହଜାର ସଂଖ୍ୟାରେ ହରିଣ ରହୁଥିବାବେଳେ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ କୌଣସି ସୁବନ୍ଦୋବସ୍ତ କରାଯାଇନାହିଁ । ଜଙ୍ଗଲରେ ଖାଦ୍ୟାଭାବ ଯୋଗୁ ଜଙ୍ଗଲ ଚତୁପାଶ୍ୱର୍ରେ ଥିବା ମୁଗ ଫସଲକୁ ଶହ ଶହ ସଂଖ୍ୟାରେ ହରିଣ ଦଳ ଦଳ ହୋଇ ଆସି ଖାଦ୍ୟ ଗ୍ରହଣ କରିଥାନ୍ତି । ତେବେ ହରିଣଙ୍କ ମୁହଁରୁ ମୁଗ ଫସଲ ବଂଚାଇବା ପାଇଁ ଚାଷୀମାନେ ମଂଚା କରି ଜଗି ରହିଥାନ୍ତି । ଏହିପରି ରାମଚନ୍ଦ୍ରପୁର ଗ୍ରାମର ପ୍ରକାଶ ଜେନା (୪୫) ଫସଲ ଜଗିଥିବାବେଳେ ହରିଣ ହୁଡ଼ାଇବାକୁ ମଂଚାରୁ ତଳକୁ ଆସିଥିବାବେଳେ ଏକ ରଣା ସାପ ତାଙ୍କୁ ଦଂଶନ କରିଥିଲା । ସେ ପାଟିକରିବାରୁ ତାଙ୍କ ପାଖରେ ଥିବା ବିଦ୍ୟାଭୁଷଣ ସ୍ୱାଇଁ , ଉମଶେ ମଲିକ , କୈଳାଶ ଭୋଇ, ବଟୁ ବେହେରା, ଜଗା ଭୋଇ ପ୍ରମୁଖ ତୁରନ୍ତ ଏକ ଗାଡ଼ି ଠିକ କରି ଜଗତସିଂହପୁର ମେଡ଼ିକାଲକୁ ନେଇଥିଲେ । ସେଠାରେ ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି । ତେବେ ଜଙ୍ଗଲ ଚତୁପାଶ୍ୱର୍ରେ କୌଣସି ପ୍ରଚୀର କିମ୍ବା ତାର ବାଡ଼ ନଥିବାରୁ ଅନେକ ସମୟରେ ଜଙ୍ଗଲ ଚତୁବାଶ୍ୱର୍ରେ ଥିବା ଜମିରୁ ସ୍ଥାନୀୟ ଚାଷୀମାନେ କୌଣସି ଅମଳ ପାଉନଥିବାବେଳେ ହରିଣମାନେ ମଧ୍ୟ ଗ୍ରାମ ଭିତରକୁ ପସିଆସି ବୁଲା କୁକୁରଙ୍କ ମୁହଁରେ ପ୍ରାଣ ହରାଉଛନ୍ତି । ମାତ୍ର କେତୋଟି ହାତ ଗଣତି ଫରେଷ୍ଟ କର୍ମଚାରୀ ଏତେ ସଂଖ୍ୟକ ହରିଣ ଜଗିବା ସମ୍ଭବ ହେଉନଥିବାରୁ ଜଙ୍ଗଲ ଚତୁପାଶ୍ୱର୍ରେ ସ୍ଥାୟୀ ପ୍ରଚୀର କିମ୍ବା ତାରବାଡ଼ କରି ସମସ୍ୟାର ସମାଧାନ କରିବା ପାଇଁ ଜିଲା କୃଷକ ସଂଗଠନର ସମ୍ପାଦକ ବାବାଜୀ ଚରଣ ଜେନା, ପାର୍ଥସଖା ପାଲଟା ସିଂ, ଦିଲିପ କୁମାର ରଥ. ଡ଼ ସୁରେନ୍ଦ୍ର ମହାପାତ୍ର, ଗଙ୍ଗାଧର ଜେନା, ସଂଜୟ ଦାସ, ନବକିଶୋର ଦାସ ପ୍ରମୁଖ ଜଗତସିଂହପୁର ଜିଲପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର