Friday , January 21 2022
Breaking News
Home / ବିଶେଷ / ସୋମବାର ଦିନ କ୍ୱାରେଂଟାଇନ୍ ସେଂଟରରୁ ୧୫୦ପ୍ରବାସୀ ଓଡ଼ିଆ ଘରକୁ ଫେରିବେ

ସୋମବାର ଦିନ କ୍ୱାରେଂଟାଇନ୍ ସେଂଟରରୁ ୧୫୦ପ୍ରବାସୀ ଓଡ଼ିଆ ଘରକୁ ଫେରିବେ

 

ସାଲେପୁର, ୧୮/୦୫/୨୦୨୦ (ଓଡ଼ିଶା ସମାଚାର / ଅଭୟ ଜେନା)-ସାଲେପୁର ବ୍ଲକ୍ର ବିଭିନ୍ନ ପଂଚାୟତରେ କ୍ୱାରେଂଟାଇନ୍ ସେଂଟରରେ ଥିବା ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରୁ ପ୍ରାୟ ୧୫୦ଜଣଙ୍କର ୧୪ଦିନ କ୍ୱାରେଂଟାଇନ୍ ରହିଲାପରେ ମଧ୍ୟ କୌଣସି ଲକ୍ଷ୍ୟଣ ଜଣାନପଡିବା ଓ ସେମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବାରୁ ସେମାନଙ୍କୁ ଆସନ୍ତା କାଲି ଘରକୁ ଛଡାଯିବ ବୋଲି ଜଣାଯାଇଛି ।  ସେହିପରି ଆଜି ସୁଦ୍ଧା ସାଲେପୁର ବ୍ଲକ୍ର ବିଭିନ୍ନ କ୍ୱାରେଂଟାଇନ୍ ସେଂଟରରେ ୮ଶହ ୬୮ଜଣ କ୍ୱାରେଂଟାଇନ୍ରେ ଥିବାବେଳେ ବିଳମ୍ବିତ ରାତି୍ରରେ ୧୫୦ରୁ ଉଦ୍ଧ୍ୱର୍ ସୁରଟ୍ ଫେରନ୍ତା ପ୍ରବାସୀ ଓଡ଼ିଆ ସାଲେପୁରରେ ପହଂଚିବାପରେ ନୋଡ଼ାଲ ସେଂଟରରେ  ସେମାନଙ୍କ ପଂଜିକରଣ କରାଯିବାପରେ ବିଭିନ୍ନ କ୍ୱାରେଂଟାଇନ୍ ସେଂଟରରେ ସେମାନଙ୍କୁ ରଖାଯିବ ବୋଲି ସାଲେପୁର ବିଡ଼ିଓ ଦେବରାଜ ସେଠୀ ସୂଚନା ଦେଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ୧୪ଦିନ ଅବଧି ପରେ ଯେଉଁ ପ୍ରବାସୀ ଓଡ଼ିଆ ଘରକୁ ଫେରିବେ ସେମାନେ ହୋମ୍ କ୍ୱାରେଂଟାଇନ୍ରେ ରହିବେ ବୋଲି ଜଣାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ଉତରକୂଳ ଷ୍ଟେଟବ୍ୟାଙ୍କ ୨୪ ତାରିଖ ପର୍ଯ୍ୟନ୍ତ ସଟ ଡ଼ାଉନ୍

ତାରପୁର,୨୧/୧/୨୦୨୨ (ଓଡ଼ିଶା ସମାଚାର)- ଗ୍ରାମାଂଚଳରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ସ୍ଥାନୀୟ ଉତରକୂଳ ଠାରେ ଥିବା …

Leave a Reply

Your email address will not be published. Required fields are marked *