Thursday , October 21 2021
Breaking News
Home / ବିଶେଷ / ସମ୍ଭାବ୍ୟ କ୍ଷତିଗ୍ରସ୍ତଙ୍କୁ ୧୨ ଘଂଟାରେ ମିଳିବ ବିଦ୍ୟୁତ – ମନ୍ତ୍ରୀ ଙ୍କ ୨ୟ ସମୀକ୍ଷା ବୈଠକ

ସମ୍ଭାବ୍ୟ କ୍ଷତିଗ୍ରସ୍ତଙ୍କୁ ୧୨ ଘଂଟାରେ ମିଳିବ ବିଦ୍ୟୁତ – ମନ୍ତ୍ରୀ ଙ୍କ ୨ୟ ସମୀକ୍ଷା ବୈଠକ

ଭୁବନେଶ୍ୱର୧୮/୦୫/୨୦୨୦ (ଓଡ଼ିଶା ସମାଚାର)-  ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ଆମ୍ଫାନ  ର ମୁକାବିଲା ପାଇଁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶକ୍ତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ଭିଡିଓ କନ୍ଫରେନ୍ସିଂ ଜରିଆରେ ରବିବାର ୨ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ବାତ୍ୟା ସମ୍ବନ୍ଧରେ ଜାରି କରାଯାଇଥିବା ତଥ୍ୟକୁ ଅବଗତ କରିବା ସହ ଓଡ଼ିଶା ଉପକୂଳ ଅଂଚଳ ଯଥା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ମଧ୍ୟମରୁ ଅତି ପ୍ରବଳ ବୃଷ୍ଟିପାତ ସହ ପ୍ରବଳ ବେଗରେ ପବନ ବହିବା ସହ ସମ୍ଭାବନା ଥିବା ବିଷୟ ପ୍ରକାଶ କରିଥିଲେ । ସେହିପରି ପୂର୍ବ ସମୀକ୍ଷା ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ, ଶକ୍ତି ବିଭାଗ ଦ୍ୱାରା ଜିଲ୍ଲାପାଳମାନଙ୍କୁ କର୍ମଚାରୀ ତଥା ଯନ୍ତ୍ରପାତିର ସ୍ୱଚ୍ଛନ୍ଦ ପରିବହନ ସୁନିଶ୍ଚିତ କରିବାକୁ ନିର୍ଦ୍ଧେଶ ଦିଆଯିବା ସହ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ବାତ୍ୟା ପରିବର୍ତୀ ସ୍ଥିତିର ମୁକାବିଲା କରିବା ପାଇଁ ଶକ୍ତି ବିଭାଗର ବିଭିନ୍ନ ସଂସ୍ଥାକୁ ଏନ୍ଡିଆର୍ଏଫ୍, ଓଡ୍ରାଫ୍, ଅଗ୍ନିଶମ ସେବା, ଓଏଫଡିସି ଆଦି ସଂସ୍ଥାଙ୍କ ଆବଶ୍ୟକ ସହଯୋଗ ଯୋଗାଇବାକୁ ଅନୁରୋଧ କରାଯାଇଛି । ପୂର୍ବ ନିଷ୍ପତି ପ୍ରକାରେ ଓପିଟିସିଏଲ୍ ଠାରେ ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରିବାକୁ ଏକ ୨୪ଘଂଟିଆ ରାଜ୍ୟସ୍ତରୀୟ ମନିଟରିଂ ସେଲ ସ୍ଥାପନ କରାଯାଇଛି । ୧୨ଘଂଟା ମଧ୍ୟରେ ସ୍ୱାଭାବିକ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଦେଇଥିବା ଆଦେଶ ପରିପ୍ରେକ୍ଷୀରେ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ବିଭାଗୀୟ ଅଧିକାରୀଙ୍କୁ ଏହି ନିଷ୍ପତିର ସଫଳ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ । ଓପିଟିସିଏଲ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଧେଶକ ଉଭୟ ଓପିଟିସିଏଲ୍ ତଥା ବିଦ୍ୟୁତ ବିତରଣ କମ୍ପାନୀଙ୍କ ସ୍ତରରେ ବାତ୍ୟା ଲାଗି ନିୟନ୍ତ୍ରଣ କକ୍ଷ ସ୍ଥାପନ ହୋଇଥିବା ବିଷୟ ଅବଗତ କରିବା ସହ ବିଭିନ୍ନ ଜିଲ୍ଲାସ୍ତରରେ ଚିହ୍ନଟ ହୋଇଥିବା ଗୁରୁତପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆବଶ୍ୟକ ମାନବସମ୍ବଳ, ଯନ୍ତ୍ରପାତି, ପରିବହନ ବ୍ୟବସ୍ଥା, କ୍ରେନ୍, ଡିଜି ସେଟ୍, ବୈଦୁ୍ୟତିକ କରତ, ପୋଲ୍ ମାଷ୍ଟର ଆଦି ପ୍ରେରଣ କରିଥିବା ବିଷୟ ଅବଗତ କରିଥିଲେ । ଏହାବ୍ୟତୀତ ବାତ୍ୟା ପରବର୍ତୀ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବାକୁ ଆବଶ୍ୟକ ନିରାପତା ସମ୍ବନ୍ଧୀୟ ନିର୍ଦ୍ଧେଶନାମା ଜାରି କରାଯାଇଥିବା ବିଷୟ ମଧ୍ୟ ଅବଗତ କରାଯାଇଥିଲା । ବାତ୍ୟା ଯୋଗୁଁ କୌଣସି ନଷ୍ଟ ହେବାକୁଥିବା ବୈଦୁ୍ୟତିକ ଷ୍ଟ୍ରକଚରଗୁଡିକର ଯଥାଶୀଘ୍ର ଆକଳନ ରିପୋର୍ଟ ଶକ୍ତି ବିଭାଗକୁ ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା । ଏହା ମଧ୍ୟମରେ ରାଜ୍ୟର ଉତର-ପୂର୍ବ ଉପକୂଳରେ ବାତ୍ୟାର ସମ୍ଭାବ୍ୟପ୍ରଭାବ ଦୃଷ୍ଟିରୁ ପ୍ରାକ୍ ପ୍ରସ୍ତୁତି ଲାଗି ଓପିଟିସିଏଲ୍ର ସମ୍ପୃକ୍ତ ନିର୍ଦ୍ଧେଶକ ନେସ୍କୋ ଅଂଚଳକୁ ଗସ୍ତକରି ଆବଶ୍ୟକ ଆଗୁଆ ପଦକ୍ଷେପ ନିଆଯାଉଛି । ବାତ୍ୟାରେ ଭୋଗରାଇ, ବାଲିଆପାଳ, ଚାନ୍ଦିୁର, ଧାମରା, ଚାନ୍ଦବାଲି ଅଂଚଳ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଆକଳନ କରାଯାଇଥିବାରୁ ଏ ସମସ୍ତ ସ୍ଥାନରେ ଆବଶ୍ୟକ ମାନବ ସମ୍ବଳ ନିୟୋଜନ ସହ ଯନ୍ତ୍ରପାତି ତଥା ପରିବହନ ବ୍ୟବସ୍ଥା କରାଯାଇଛି । ଆସନ୍ତା ୧୮ତାରିଖ ସୁଦ୍ଧା ବିଦ୍ୟୁତ କଂଟ୍ରାକ୍ଟରମାନେ ବାତ୍ୟା ପରବର୍ତୀ ସମୟରେ ନଷ୍ଟ ହୋଇଥିବା ଷ୍ଟ୍ରକଚରଗୁଡିକର ପୁନଃସ୍ଥାପନ ପାଇଁ ଅଧିକ ଟିମ୍ ପ୍ରସ୍ତୁତ ରଖିବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ଆୟୋଜିତ ଏହି ବୈଠକରେ ଯୋଗ ଦେଇଥିବା କେନ୍ଦ୍ରୀୟ ସଂସ୍ଥା ଯଥା ପିଜିସିଆଇଏଲ୍, ଏନଟିସିଙ୍କୁ ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ସେମାନଙ୍କ ଠାରେ ଗ୍ରାମ ବିଦ୍ୟୁତ କରଣ କାର୍ଯ୍ୟରେ ନିୟୋଜିତ ଥିବା ମାନବସମ୍ବଳକୁ ବାତ୍ୟା ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । ଏହି ସଂସ୍ଥାଦ୍ୱୟ ଆବଶ୍ୟକ ସମସ୍ତ ସହଯୋଗ କରିବାକୁ ସହମତ ହୋଇଥିଲେ । ଏ ସମ୍ପର୍କରେ ପରବର୍ତୀ ସମୀକ୍ଷା ବୈଠକ ସେମାବାର ଅପରାହ୍ଣ ୫ଟାରେ କରିବାକୁ ଧାର୍ଯ୍ୟ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *