Wednesday , October 4 2023
Breaking News
Home / ବିଶେଷ / ସଙ୍ଗରୋଧ କେନ୍ଦ୍ର ରେ ଅବ୍ୟବସ୍ଥା ଓ ନିମ୍ନ ମାନ ର ଖାଦ୍ୟ କୁ ନେଇ ପ୍ରବାସୀ ଶ୍ରମିକ ଙ୍କ ଅଭିଯୋଗ

ସଙ୍ଗରୋଧ କେନ୍ଦ୍ର ରେ ଅବ୍ୟବସ୍ଥା ଓ ନିମ୍ନ ମାନ ର ଖାଦ୍ୟ କୁ ନେଇ ପ୍ରବାସୀ ଶ୍ରମିକ ଙ୍କ ଅଭିଯୋଗ

କର୍ଲାମୁଣ୍ଡା, ୧୮/୫/୨୦୨୦ ( ଓଡ଼ିଶା ସମାଚାର/ ସୌମ୍ୟ ରଞ୍ଜନ ମହାରଣା )- ପ୍ରବାସୀ ଶ୍ରମିକ ମାନଙ୍କୁ ବାହାର ରାଜ୍ୟରୁ ଆଣି ସଙ୍ଗରୋଧ କେନ୍ଦ୍ରରେ ରଖାଇବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ପ୍ରଶାସନ ପକ୍ଷରୁ ଏସବୁ କେନ୍ଦ୍ରରେ ଉତ୍ତମ ମାନର ସେବା ଯୋଗାଇଦେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ତେବେ ଏସବୁ ସତ୍ୱେ ମଧ୍ୟ କେତେକ ସ୍ଥାନରେ ଅବ୍ୟବସ୍ଥା ଚାଲିଥିବା ନେଇ ଅଭିଯୋଗ ଆସିବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ଓ ନିମ୍ନ ମାନର ଖାଦ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କ୍ୱାରେନଟାଇନରେ ରହୁଥିବା ପ୍ରବାସୀ ଶ୍ରମିକ । ଏନେଇ ସେମାନେ ସାମାଜିକ ଗଣମାଧ୍ୟମରେ ଜାରି କରିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।
ପ୍ରବାସି ଶ୍ରମିକଙ୍କ କହିବା ଅନୁଯାୟୀ ଖାଇବା ପାଇଁ ପାଣିଆ ଡାଲି ଦିଆଯାଉଛି । କେନ୍ଦ୍ରରେ ଲାଗିଥିବା କେତେକ ପଙ୍ଖା ଠିକ୍ ରେ ଚାଲୁନି । ପାଇଖାନା ଅବ୍ୟବସ୍ଥିତ ଭାବେ ପଡି ରହିଛି । ପିଇବା ପାଣିର ଅଭାବ ସାଙ୍ଗକୁ ଆବଶ୍ୟକ ସାନିଟାଇରିଜ ନାହିଁ । ଏସବୁ ବିଷୟରେ ଜଣାଇବାରୁ – ତୁମେ କଲେକ୍ଟରକୁ କୁହ, ତହସିଲଦାର କୁହ ନହେଲେ ଅଲଗା ଯାଗାକୁ ଟ୍ରାନ୍ସଫର ହୁଅ ବୋଲି କହିଥିବା ପ୍ରବାସି ଶ୍ରମିକମାନେ ସୋସିଆଲ ମିଡିଆରେ ଭିଡିଓ କରି ଛାଡିଛନ୍ତି। ତେବେ ଶ୍ରମିକ ମାନଙ୍କୁ ଏକଥା କିଏ କହିଛନ୍ତି ତାହା ଭିଡିଓରେ ସ୍ପଷ୍ଟ ହୋଇନାହିଁ । ତେଣୁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଏହାର ତଦନ୍ତ କରି ପ୍ରବାସୀ ଶ୍ରମିକ ମାନଙ୍କୁ ସାହାଯ୍ୟ କରିବା ପାଇଁ ବୁଦ୍ଧିଜିବୀ ମହଳରୁ ମତ ପ୍ରକାଶ ପାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *