ଭୁବନ ୧୮/୦୫/୨୦୨୦ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମ ହରିଜନ ସାହିରେ ୨୦ ରୁ ଉଦ୍ଧ୍ୱର୍ ଅତ୍ୟନ୍ତ ଗରିବ ,ଅସହାୟ ମହିଳା ମାନଙ୍କୁ ଭୁବନ ଥାନାଧିକାରୀ ଶ୍ରୀମତୀ ନିର୍ମଳା ଗୋଚ୍ଛାୟତ ଶୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରି “ସେବା ହିଁ ଶାନ୍ତି” କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଅସହାୟଙ୍କ ପେଟରେ ଦାନା ଓଠରେ ହସ ଭରିବା ପାଇଁ ପ୍ରୟାସ କରିଥିବା ମହୁଲପାଳ ଗ୍ରାମର ଯୁବକ ମାନଙ୍କ ଏତାଦୃଶ କାର୍ଯ୍ୟକୁ ଥାନାଧିକାରୀ ଶ୍ରୀମତୀ ଗୋଚ୍ଛାୟତ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର