Friday , September 29 2023
Breaking News
Home / ସ୍ୱାସ୍ଥ୍ୟ / ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ,ମଳ,ମୂତ୍ର ପରୀକ୍ଷା ସପ୍ତାହକୁ ୫ ଦିନ ବନ୍ଦ

ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ,ମଳ,ମୂତ୍ର ପରୀକ୍ଷା ସପ୍ତାହକୁ ୫ ଦିନ ବନ୍ଦ

ଭୁବନ ୧୮/୦୫/୨୦୨୦ (ଓଡ଼ିଶା ସମାଚାର)- ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି ସପ୍ତାହକୁ ମାତ୍ର ୨ ଦିନ ଖୋଲା ରହୁଥିବାରୁ ରୋଗୀମାନେ ରକ୍ତ,ମଳ,ମୂତ୍ର,କଫ ଇତ୍ୟାଦି ପରୀକ୍ଷା କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଏଠାରେ ୨ ଜଣ ଲାବୋରେଟାରୀ ଟେକ୍ନିସିଆନ କାର୍ୟ୍ୟ କରୁଥିଲେ । ସେଥିମଧ୍ୟରୁ ୩ ବର୍ଷ ପୂର୍ବେ ଲକ୍ଷ୍ମୀଧର ବେହେରା ଅବସର ଗ୍ରହଣ କରିବା ଓ ଗତ ଦେଢ ବର୍ଷ ହେଲା ନିହାର ରଂଜନ ଦାସ ଚାକିରି ଛାଡି ପଳାଇବା ଯୋଗୁ ଅବ୍ୟବସ୍ଥା ଦେଖାଦେଇଥିଲା । ଏହାକୁ ସୁଧାରିବା ନିମନ୍ତେ ରୋଗୀ କଲ୍ୟାଣ ସମିତି (ଆରକେଏସ) ତରଫରୁ ୨ ଜଣ ମହିଳା କର୍ମଚାରୀ ଙ୍କୁ ଠିକାରେ ନିଯୁକ୍ତି ଦେଇ କାମ ଚଳାଇଥିଲା । ଗତ ଅକ୍ଟୋବର ମାସରୁ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଆଉଟ ସୋର୍ସିଙ୍ଗରୁ କାଜଲ ପ୍ରିୟା ରାଉତ ନାମକ ଜନୈକା ଯୁବତୀ ଙ୍କୁ ଏଠାରେ ନିଯୂକ୍ତି ଦେଇଛନ୍ତି । ତାଙ୍କୁ ସପ୍ତାହକୁ ମାତ୍ର ୨ ଦିନ କାମ କରିବାକୁ ନିର୍ଦ୍ଧେଶ ଥିଲାବେଳେ ସେ ସପ୍ତାହକୁ ୬ ଦିନ ଟୁ୍ୟଟି କରିଆସୁଥିଲେ କିନ୍ତୁ ତାଙ୍କୁ ଠିକ୍ରେ ଦରମା ଦିଆନଯିବା କାରଣରୁ ସେ ଏବେ ସୋମବାର ଓ ମଙ୍ଗଳବାର ମାତ୍ର ଦୁଇ ଦିନ କାର୍ୟ୍ୟ କରୁଥିବା ଦେଖିବାକୁ ମିଳୁଛି । ଫଳରେ ଗରିବ ରୋଗୀ ମାନେ ହଇରାଣ ହରକତ ହୋଇ ଅଧିକା ଖର୍ଚ୍ଚାନ୍ତ ହୋଇ ବାହାରେ ରୋଗ ପରୀକ୍ଷା କରିବାକୁ ବାଧ୍ୟ ହେଉଛନ୍ତି । ଯେ କୌଣସି ରୋଗ ନିରୂପଣ କରିବାରେ ଟେଷ୍ଟିଙ୍ଗ ରିପୋର୍ଟ ମୁଖ୍ୟ ଆଧାର ହୋଇଥିବା ବେଳେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଙ୍କ ବୈମାତୃକ ମନୋଭାବ କାହିଁକି ? ବୋଲି ବୁଦ୍ଧିଜୀବୀ ମହଲ ପ୍ରଶ୍ନ କରିବା ସହିତ ଏଠାରେ ଦୈନିକ ହାରାହାରି ୫୦୦ ଶହ ରୋଗୀ ଆସୁଥିବା କାରଣରୁ ତୁରନ୍ତ ଏଠାରେ ଆଉଟସୋର୍ସିଙ୍ଗ ରେ କାର୍ୟ୍ୟ କରୁଥିବା ଯୁବତୀ ଙ୍କୁ ସ୍ଥାୟୀ କରିବା ସହିତ ତାଙ୍କୁ ସହଯୋଗ କରିବା ପାଇଁ ଆଉ ଜଣେ ଲାବୋରେଟାରୀ ଟେକ୍ନିସିଆନଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *