Friday , September 30 2022
Breaking News
Home / ବିଶେଷ / ଭଲ ଖବର : ଏକା ଥରେ ରାଜ୍ୟରେ ସର୍ବାଧିକ ୫୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେ

ଭଲ ଖବର : ଏକା ଥରେ ରାଜ୍ୟରେ ସର୍ବାଧିକ ୫୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେ

ଭୁବନେଶ୍ୱର୧୮/୦୫/୨୦୨୦ (ଓଡ଼ିଶା ସମାଚାର)- ଏକା ଥରେ ଆଜି ରାଜ୍ୟରେ ସର୍ବାଧିକ ୫୭ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଗଂଜାମ ଜିଲାର ୪୦ ଜଣ ,ଜଗତସିଂହପୁର ଜିଲାର ୫ ଜଣ,ମୟୁରଭଂଜ ଜିଲାର ୪ ଜଣ, ଖୋର୍ଦ୍ଧା ଜିଲା (ଭୁବନେଶ୍ୱର) ର ୩ ଜଣ, ବଲାଙ୍ଗୀର ଜିଲାର ୨ ଜଣ, ସୁନ୍ଦରଗଡ଼, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲାର ଜଣେ ଲେଖା ସୁସ୍ଥ ହୋଇଛନ୍ତି । ବର୍ତମାନ ଭୁବନେଶ୍ୱର କରୋନା ମୁକ୍ତ ହୋଇଛି । ଏହାକୁ ମିଶାଇ ମୋଟ ୨୭୭ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୭୨ ସେଥିରୁ ୪ ଜଣ ଙ୍କର ମୃତ୍ୟୁ ହୋଇଥିବାବେଳେ ୨୭୭ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିସାରିଲେଣି । ଅବଶିଷ୍ଟ ସକ୍ରିୟ ୫୯୫ ଆକ୍ରାନ୍ତ ଚିକିତ୍ସାରତ । ଓଡ଼ିଶା ସମାଚାର

Leave a Reply

Your email address will not be published.