Monday , December 6 2021
Breaking News
Home / ସ୍ୱାସ୍ଥ୍ୟ / ବିଷ୍ଣୁପ୍ରିୟା ଖଣ୍ଡେଇସିଂ ଏ.ଏନ.ଏମ୍ ସଂଘ ର ନୂତନ ମଧ୍ୟକାଳୀନ ସଭାନେତ୍ରୀ ମନୋନୀତ

ବିଷ୍ଣୁପ୍ରିୟା ଖଣ୍ଡେଇସିଂ ଏ.ଏନ.ଏମ୍ ସଂଘ ର ନୂତନ ମଧ୍ୟକାଳୀନ ସଭାନେତ୍ରୀ ମନୋନୀତ

ଭୁବନେଶ୍ୱର୧୮/୦୫/୨୦୨୦ (ଓଡ଼ିଶା ସମାଚାର)- ନିଖିଳ ଓଡ଼ିଶା ଅଣ ନିଯୁକ୍ତି ତାଲିମ ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘରେ ଦୀର୍ଘ ଦିନଧରି ବିଭିନ୍ନ ଜିଲ୍ଲାର ସଭାପତି ଏବଂ କର୍ମୀମାନେ ପୂର୍ବସଭାପତି ଶ୍ରୀ ପାର୍ଥସାରଥୀ ଜେନାଙ୍କ ନେତୃତ୍ୱ ବିରୁଦ୍ଧରେ – ଅନୁଚିତ ବ୍ୟବହାର, ଆର୍ଥିକ ଅନିୟମିତତା,କଟୁମନ୍ତବ୍ୟ ଏବଂ ବିଭେଦସୃଷ୍ଟିକାରୀ କଥାବାର୍ତ୍ତା ସମ୍ପର୍କିତ ଲିଖିତ ଅଭିଯୋଗ ଆସିଥିଲା। ଏହି ଅଭିଯୋଗକୁ ଭିତ୍ତିକରି ସଙ୍ଗଠନ ତରଫରୁ ସଭାପତିଙ୍କୁ କାରଣଦର୍ଶାଅ ନୋଟିସ୍ ଆଯାଇଥିଲା କିନ୍ତୁ କୌଣସି ଉତ୍ତର ନମିଳିବାରୁ ପୁନର୍ବାର ତାଙ୍କୁ ଏକସପ୍ତାହ ମଧ୍ୟରେ ଇସ୍ତଫା ପ୍ରଦାନ କରିବା ପାଇଁ କୁହାଯାଇଥିଲା।ସେ ଗତ ୧୪/୫/୨୦୨୦ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ବିଶ୍ୱ ମହାମାରୀ କୋଭିଡ଼ ୧୯ ସଙ୍କଟ ସହିତ ସାଙ୍ଗଠନିକ କାର୍ୟ୍ୟକ୍ରମକୁ ଆଗକୁ ନେବାପାଇଁ ଏକ ଜରୁରୀ କାଳୀନ ବୈଠକ, ରାଜ୍ୟକମିଟି ସଦସ୍ୟସଦସ୍ୟା, ଜିଲ୍ଲାସଭାପତି ଏବଂ ଅନ୍ୟ ସଦସ୍ୟା ମାନଙ୍କ ସହିତ ଭିଡିଓ କନଫରେନ୍ସ ଏବଂ ଟେଲିକନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଥିଲା।ଏହି ବୈଠକରେ ପୂର୍ବସଭାପତି ପାର୍ଥସାରଥୀ ଜେନାଙ୍କ ଇସ୍ତଫା ପତ୍ରଗ୍ରହଣ କରାଯାଇଥିଲା ଏବଂ ପରବର୍ତ୍ତୀ କାର୍ୟ୍ୟକ୍ରମ ପାଇଁ ସର୍ବସମ୍ମତିକ୍ରମେ ବିଷ୍ଣୁପ୍ରିୟା ଖଣ୍ଡେଇସିଂଙ୍କୁ ମଧ୍ୟକାଳୀନ ସଭାନେତ୍ରୀ ଭାବେ ମନୋନୀତ କରାଯିବା ସହିତ ଆଗାମୀ ଦିନର ସମସ୍ତ ସାଙ୍ଗଠନିକ କାର୍ୟ୍ୟ ଏବଂ ସରକାରୀ ସ୍ତରର ଯୋଗାଯୋଗ ସମ୍ପାଦନ କରିବାକୁ ଦାୟିତ୍ୱ ପ୍ରଦାନ କରାଗଲା।ରାଜ୍ୟର ପରିସ୍ଥିତି ସ୍ବାଭାବିକ ହେଲାପରେ ପୁନଃବୈଠକ ଜରିଆରେ ପୂର୍ଣ୍ଣକାଳୀନ କାର୍ୟ୍ୟକାରୀ କମିଟି ଗଠନ କରାଯିବ। ଏକପ୍ରେସ ବିବୃତିରେ ନୂତନ ସଭାନେତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ଖଣ୍ଡେଇସିଂ ଏବଂ ସମ୍ପାଦିକା ସଂଯୁକ୍ତାସାହୁ ଅବଗତ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟକ ସଂକ୍୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ

ଢେଙ୍କାନାଳ, ୦୨/୧୨/୨୦୨୧(ଓଡ଼ିଶା ସମାଚାର)-ଢେଙ୍କାନାଳ ର କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟ କଲେଜ ହଷ୍ଟେଲରୁ ଗତ ଦୁଇଦିନ ପୂର୍ବେ ୪ଜଣ …

Leave a Reply

Your email address will not be published. Required fields are marked *