ମାହାଙ୍ଗା,୧୮/୦୫/୨୦୨୦(ଓଡିଶା ସମାଚାର/ଅଭୟ ଜେନା):ଆଜି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୈାଡପଡା ଡ଼ାକବଙ୍ଗଳାରେ ମାହାଙ୍ଗା ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତମାନ ସମୟରେ ରକ୍ତର ଅଧିକ ଆବଶ୍ୟକତା କୁ ଉପଲବ୍ଧି କରି ଦଳ ପକ୍ଷରୁ ଏଭଳି କାର୍ୟ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ୟ୍ୟକ୍ରମ ରେ କଟକ ରେଡକ୍ରସ ଏବଂ ଏସସିବି ର ଡାକ୍ତର ମାନଙ୍କ ର ମିଳିତ ସହଯୋଗ ରେ ଏହି ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ୧୦୦ ୟୁନିଟ ବ୍ଲଡ୍ ସଂଗ୍ରହ କରିବାର ଲକ୍ଷ୍ୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭୭ ୟୁନିଟ ବ୍ଲଡ୍ ସଂଗ୍ରହ ହୋଇଛି। ଏହି ରକ୍ତ ଦାନ ଶିବିର ରେ ସ୍ବୋଛାକୃତ ଭାବେ ଯୁବକମାନେ ରକ୍ତ ଦାନ କରିବା ସହ କରୋନା ପାଇଁ ସାମାଜିକ ଦୂରତା ରକ୍ଷା କରିଥିଲେ।ଏହି କାର୍ୟ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଅଶୋକ ଓଝା ଙ୍କ ସମେତ ବହୁ କାର୍ୟ୍ୟକର୍ତ୍ତା ଯୋଗ ଦେଇଥିଲେ। ଓଡ଼ିଶା ସମାଚାର