Saturday , October 16 2021
Breaking News
Home / ବିଶେଷ / ବାତ୍ୟା ଆଶଙ୍କାରେ ଅଂଚଳବାସୀ ଚିନ୍ତିତ,ବିପନ୍ନମାନଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ

ବାତ୍ୟା ଆଶଙ୍କାରେ ଅଂଚଳବାସୀ ଚିନ୍ତିତ,ବିପନ୍ନମାନଙ୍କ ପାଇଁ ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ

ଗରଦପୁର , ୧୮/୫/୨୦୨୦ ( ଓଡ଼ିଶା ସମାଚାର)- ସମ୍ଭାବ୍ୟ ବାତ୍ୟା ଆମ୍ପାନ ଆଶଙ୍କାରେ ଅଂଚଳବାସୀ ଚିନ୍ତିତ ହୋଇପଡିଛନ୍ତି । ବର୍ଷା ଓ ପବନ ଆଶଙ୍କାରେ ପାଟକୁରା ଅଂଚଳର ଲୋକମାନଙ୍କ ମଧ୍ୟରେ ଅଜଣା ଭୟ ସୃଷ୍ଟି ହୋଇଛି । ବ୍ଳକ ପ୍ରଶାସନ ଓ ବିଭିନ୍ନ ପଂଚାୟତର ସରପଂଚମାନେ ବାତ୍ୟା ମୁକାବିଲା କରିବା ପାଇଁ ଆଜି ବ୍ଲକ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୌଠକ କରି ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟ ଚଳାଇଥିବାର ଜଣାଯାଇଛି । ଲୋକମାନଙ୍କୁ ସତର୍କ କରିବା ପାଇଁ ମାଇକ୍ ପ୍ରଚାର କରାଯାଇଛି । ତଳିଆ ଅଂଚଳରୁ ଉଚ୍ଚା ଉଚ୍ଚା ସ୍ଥାନକୁ ଲୋକମାନେ ଆସିବା ପାଇଁ ପ୍ରଶାସନଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଯେଉଁ ପଂଚାୟତରେ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳିଗୁଡିକ ରହିଛି ସେଗୁଡିକୁ ବାତ୍ୟା ବିପନ୍ନମାନଙ୍କ ପାଇଁ ପ୍ରସ୍ତୁତି ରଖିବା କୁ ପ୍ରଶାସନ ନିର୍ଦ୍ଧେଶ ଦେବା ପରେ ବେଡାରୀ ଠାରେ ବହୁମୂଖୀ ଆଶ୍ରୟସ୍ଥଳିକୁ ବତ୍ୟା ବିପନ୍ନମାନଙ୍କ ପାଇଁ ସଜ୍ଜିତ କରାଯାଇଛି ବୋଲି ବେଡାରୀ ପଂଚାୟତର ସରପଂଚ ଗୋକୁଳାନନ୍ଦ ବେହେରା ପ୍ରକାଶ କରିଛନ୍ତି । ଏହି ଆଶ୍ରୟସ୍ଥଳିରେ ୭୦ରୁ୮୦ ଜଣ ଲୋକମାନେ ରହିବା ପାଇଁ ବ୍ୟବସ୍ଥା ଥିବା,ଏଠାରେ ଥିବା ଜେନେରେଟର ଓ ପାନୀୟଜଳ ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଥିବା ସମ୍ପର୍କରେ ସରପଂଚ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଏ ନେଇ ଆଜି ଗରଦପୁର ବ୍ଲକ କାର୍ଯ୍ୟାଳୟ ଠାରେ ସରପଂଚ ଓ ପ୍ରଶାସନଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ସମ୍ପର୍କରେ ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ  ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *