Wednesday , February 8 2023
Breaking News
Home / ବିଶେଷ / ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା ସୂଚନା

ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା ସୂଚନା

 

କର୍ଲାମୁଣ୍ଡା, ୧୮/୦୫/୨୦୨୦ (ଓଡ଼ିଶା ସମାଚାର / ସୌମ୍ୟ ରଞ୍ଜନ ମହାରଣା)-କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅନ୍ତର୍ଗତ ପୌରକେଳା ଗ୍ରାମର ଏକ ପ୍ରେମୀ ଯୁଗଳ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରାପ୍ତ ସୂଚନା ଆଧାରରେ ପୋରକେଲା ଗ୍ରାମର ପ୍ରଫୁଲ ଦଣ୍ଡସେନାଙ୍କ ପୁଅ ନବୀନ (୨୨) ଓ ବ୍ରଜ କହଁରଙ୍କ ଝିଅ ଦୀପ (୧୫) ସିରାବାହାଲ କୁମୁରାପଡା ସ୍ଥିତ ଫଟା ବାହାଲର ଏକ ମହୁଲ ଗଛ ଠାରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ରିଷିଡା ଫାଣ୍ଡି ଅଧିକାରୀ ଲବରାମ ଛତ୍ରିଆ ଘଟଣା ସ୍ଥଳରେ ପହଂଚି ଥିଲେ, ପରେ ମ.ରାମପୁର ଥାନାଧିକାରି ଗୋବିନ୍ଦ ଚନ୍ଦ୍ର ମାଝୀ, କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ, ମାଜିଷ୍ଟ୍ରେଟ ତଥା ତହସିଲଦାର ବାସନ୍ତୀ ସେଠି ସାଇନଟିଫିକ ଟିମ ସହ ପହଂଚି ଶବକୁ ଓହ୍ଲାଇ ପଂଚନାମା କରି ବ୍ୟବଛେଦ ପାଇଁ ମ.ରାମପୁର ପଠେଇ ଦେଇଛନ୍ତି ।

ଝିଅର ବାପାଙ୍କ ଏତଲାକୁ ଭିତ୍ତି କରି ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ଏପରି ଘଟଣା ଅଂଚଳରେ ନୂଆ ହୋଇ ଥିବାରୁ ଭିନ୍ନ ଭିନ୍ନ ଆଲୋଚନା ହେଉଛି । ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.