Monday , December 6 2021
Breaking News
Home / ବିଶେଷ / ପୂର୍ବତନ ବିଧାୟକଙ୍କ କରୋନା ସଚେତନତା ଓ ମାସ୍କ ବଂଟନ

ପୂର୍ବତନ ବିଧାୟକଙ୍କ କରୋନା ସଚେତନତା ଓ ମାସ୍କ ବଂଟନ

କେନ୍ଦ୍ରାପଡ଼ା ୧୮/୦୫/୨୦୨୦ (ଓଡ଼ିଶା ସମାଚାର)-ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପହଁଚି ଲୋକମାନଙ୍କୁ କରୋନା ସଂକ୍ରମଣ ସମ୍ପର୍କରେ ସଚେତନ କରିବା ସହିତ ମାସ୍କ ବଂଟନ କରିଛନ୍ତି । ନିଜ ନିଜ ମଧ୍ୟରେ ସାମାଜିକ ଦ୍ୱରତା ରକ୍ଷାକରିବା,ନିତ୍ୟାନ୍ତ ଆବଶ୍ୟକ ନହେଲେ ଘରୁ ପଦାକୁ ନବାହାରିବା,ଘରୁ ପଦାକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା, ସାବୁନରେ ବାରମ୍ବାର ହାତ ଧୋଇବା ପ୍ରଭୃତି ସମ୍ପର୍କରେ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ତରାଇ ରବିବାର ଭାଗବତପୁର, ଜମଧର, କଳପଡା ଓ ଓସ୍ତପୁର ପଂଚାୟତରେ ବୁଲି ଲୋକମାନଙ୍କୁ ସଚେତନ କରିବାସହ ମାସ୍କ ବଂଟନ କରିଥିଲେ ଓ ସରକାରଙ୍କ କୋଭିଡ -୧୯ ନିୟମକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ନିରଞ୍ଜନ ପଟ୍ଟନାୟକ,ଜିଲ୍ଲା କୃଷକ ବିଜେଡି ସଭାପତି ସୈାମେନ୍ଦ୍ର ଦାସ,ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସରୋଜ କାନ୍ତ ସାହୁ,ଓସ୍ତପୁର ସମିତି ସଭ୍ୟ ପ୍ରସନ୍ନ ରାଉତ, ଜମଧର ପଂଚାୟତର ଶିବ ପ୍ରସାଦ ବେହେରା, ଶାରଦା ପ୍ରଧାନ, ପ୍ରତାପ ବାରିକ, ଜିତେନ୍ଦ୍ର ବାରିକ, ଦୁରବିନ୍ଦ ମହାନ୍ତି, ଗୋବିନ୍ଦ ଦାସ, ଜଲଧର ପ୍ରଧାନ, ବିଜୟ ପ୍ରଧାନ, ଦରବାରୋ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପୂର୍ବରୁ ଶ୍ରୀ ତରାଇ ଆୟବା, ପୁରୁଷୋତମପୁର, କଂସାର, ଡିଆପଡା, ନରସିଂପୁର ପଂଚାୟତ ସମେତ ପୈାରାଂଚଳର ୧ ଓ ୨ନମ୍ବର ୱାର୍ଡରେ ମଧ୍ୟ ଲୋକମାନଙ୍କୁ ସଚେତନ କରିବାସହ ମାସ୍କବଂଟନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *