ଭୁବନେଶ୍ୱର ,୧୮/୦୫/୨୦୨୦ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲା କରୋନା ମୁକ୍ତ ହେବାର ଅଳ୍ପ କିଛି ଘଂଟା ପରେ ପୁଣି ଆଉ ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକାଥରକେ ୨୦ ପଜିଟିଭ ଚିହ୍ନଟ ହେବା ପୁଣି ଚିନ୍ତା ବଢାଇଛି। ଏମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକ ଜାମୁଗାଁ କ୍ୱାରେଣ୍ଟିନ କେନ୍ଦ୍ରରୁ ୧୯ ଓ କୁଜଙ୍ଗ ବ୍ଲକ ପଣ୍ଡୁଆ କ୍ୱାରେଣ୍ଟିନ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଛନ୍ତି। ସମସ୍ତେ କୋଲକାତା ଫେରନ୍ତା ବୋଲି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।
ଆଜି ମୋଟ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୪୦ ଜଣ ବ୍ୟକ୍ତି ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଞ୍ଚିଛି। ୨୭୭ ଜଣ ସୁସ୍ଥ ହୋଇଛନ୍ତି। ୪ଜଣଙ୍କ ମୃତ୍ୟୁ ହୋଇଛି। ଅବଶିଷ୍ଟ ୬୧୫ ସକ୍ରିୟ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଓଡ଼ିଶା ସମାଚାର