Wednesday , October 4 2023
Breaking News
Home / ବିଶେଷ / ନିଆଁରେ ପୋଡ଼ି ମାଆ-ପୁଅ ମୃତ – ବଡ଼ ପୁଅ କଟକ ବଡ଼ମେଡିକାଲରେ ମୃତୁ୍ୟ ସହ ସଂଗ୍ରାମ କରୁଛି

ନିଆଁରେ ପୋଡ଼ି ମାଆ-ପୁଅ ମୃତ – ବଡ଼ ପୁଅ କଟକ ବଡ଼ମେଡିକାଲରେ ମୃତୁ୍ୟ ସହ ସଂଗ୍ରାମ କରୁଛି

କେନ୍ଦ୍ରାପଡା, ୧୮/୦୫/୨୦୨୦ (ଓଡ଼ିଶା ସମାଚାର)- ନିଆଁରେ ପୋଡ଼ିହୋଇ ଗୁରୁତର ହୋଇଥିବା ଜିଲ୍ଲାର ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଭୋପାଳ ଗ୍ରାମର ଲୋଭାବତୀ ସ୍ୱାଇଁଙ୍କ କଟକ ବଡ଼ ମେଡିକାଲରେ ମୃତୁ୍ୟ ଘଟିଛି । ସେହିପରି ତାଙ୍କ ସହିତ ପୋଡ଼ି ଗୁରୁତର ହୋଇଥିବା ୩ ବର୍ଷର ସାନପୁଅ ଆୟୁଷ ମଧ୍ୟ ମା’ ସହିତ ଆଖି ବୁଜିଛି । ତେବେ ଗୁରୁତର ଭାବେ ପୋଡ଼ିଯାଇଥିବା ମହିଳାଙ୍କ ବଡ଼ ପୁଅ ଅଶ୍ୱିନୀ (୮) କଟକ ବଡ଼ମେଡିକାଲରେ ମୃତୁ୍ୟ ସହ ସଂଗ୍ରାମ କରୁଛି । ଅନ୍ୟପକ୍ଷରେ ଏହି ଘଟଣାର ମୋଡ଼ ବଦଳିବା ସହିତ ମୃତ ଲୋଭାବତୀଙ୍କ ବାପା ଥାନାରେ ଝିଅ ଓ ନାତିକୁ ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି । ଘରୋଇ କଳିକୁ ନେଇ ଗତକାଲି ଘଟିଥିବା ହୃଦୟ ବିଦାରକ ଘଟଣା ସାଧାରଣ ଲୋକଙ୍କ ଛାତିଥରାଇ ଦେଇଛି । ଏହି ଅଭାବନୀୟ ଘଟଣା ସାଧାରଣ ଲୋକଙ୍କୁ ସ୍ତବ୍ଧ କରିବା ସହିତ ସେମାନଙ୍କ ଆଖିରୁ ଲୁହ ଝରାଇ ଦେଇଛି । ପଡୋଶୀଙ୍କ କହିବା ଅନୁଯାୟୀ, ଭୋପାଳ ଗ୍ରାମର ସଚିତ୍ର ସ୍ୱାଇଁ ଓ ସ୍ତ୍ରୀ ଲୋଭାବତୀ ସ୍ୱାଇଁଙ୍କ ମଧ୍ୟରେ କଳହ ହୋଇଥିଲା । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସଚିତ୍ର ବାରମ୍ବାର ଲୋଭାବତୀକୁ ନିର୍ଯାତନା ଦେଉଥିବାବେଳେ ଶୁକ୍ରବାର ଏହାର ସୀମା ଟପିଥିଲା । ଏହି ଘଟଣାରେ ଲୋଭାବତୀ ସେଦିନ ରାତିରେ କିଛି ବି ଖାଇନଥିଲେ । ସବୁଦିନ ଏପରି ଆଶାନ୍ତିରେ ରହିବା ଅପେକ୍ଷା ଏହାଠାରୁ ଭଲ ମରିଯିବା ବୋଲି ମନେକରି ରାତିସାରା ଶୋଇ ପାରିନଥିଲେ । ଲୋଭାବତୀ ଶନିବାର ବଢିଭୋରରେ ନିଜ ଶୋଇବା ଘରେ ନିଜ ଦେହରେ ଓ ନିଜ ଦୁଇ ଶିଶୁୁତ୍ର ଅଶ୍ୱିନୀ(୮) ଆୟୁଷ (୩) ଙ୍କ ଦେହରେ କିରୋସିନୀ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁରେ ଜଳିବାର ଯନ୍ତ୍ରଣାକୁ ସହି ଲୋଭାବତୀ ପାଟି ଖୋଲିନଥିବା ବେଳେ କେବଳ ବଡ଼ ପୁଅ ଅଶ୍ୱିନୀର ଚିକ୍ରାର ଶୁଣି ପରିବାର ଲୋକ ଓ ପଡ଼ୋଶୀ କବାଟ ଭାଙ୍ଗି ମା ପୁଅ ତିନିଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ଡାକ୍ତରଖାନାରେ ଲୋଭାବତୀଙ୍କ ସମେତ ଆୟୁଷର ମୃତୁ୍ୟ ଘଟିଥିବା ବେଳେ ବଡ଼ ୁଅ ଅଶ୍ୱିନୀ ଏବେ କଟକ ବଡ଼ମେଡିକାଲରେ ମୃତୁ୍ୟ ସହିତ ସଂଗ୍ରାମ କରୁଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଘଟଣାରେ ଲୋଭାବତୀଙ୍କ ବାପା ବ୍ରହ୍ମାନନ୍ଦ ସାସମଲ ତାଙ୍କ ଝିଅ ଓ ନାତିକୁ କିରୋସିନି ଢାଳି ପୋଡ଼ି ମାରିଦିଆଯାଇଥିବା ତନ୍ତିଆପାଳ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଜ୍ୱାଇଁ ସଚିତ୍ର, ଝିଅର ଶାଶୁ , ଶ୍ୱଶୁର, ଦେଢ଼ଶୁର ବଡ଼ ଯା’ ସଂପୃକ୍ତ ଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ତେବେ ଯୌତୁକ ପାଇଁ ଅନେକବାର ଲୋଭାବତୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବା ସହିତ ବହୁସମୟରେ ଜ୍ୱାଇଁ ସଚିତ୍ର ମାଡ଼ ମାରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏହି ଘଟଣାରେ ତାଙ୍କ ଝିଅ ପୂର୍ବରୁ ଥାନାରେ ଅଭିଯୋଗ କରିବାପରେ ଘଟଣାର ସମାଧାନ ହୋଇଥିଲେ ମଧ୍ୟ ସେମାନେ ବଦଳିନଥିବା ବ୍ରହ୍ମାନନ୍ଦ କହିଛନ୍ତି । ଶନିବାର ପରିବାର ସଦସ୍ୟମାନେ ମିଶି ଝିଅ ଲୋଭାବତୀ ଓ ନାତି ଆୟୁଷଙ୍କୁ ପୋଡିମାରିଦେଇଥିବା ସେ ଅଭିଯୋଗ କରିଛନ୍ତି । ତନ୍ତିଆପାଳ ସାମୁଦ୍ରିକ ଥାନା ଏହି ଘଟଣାର ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *