Thursday , September 28 2023
Home / ରାଜନୀତି / କିରାସିନି ବଣ୍ଟନ ର ଅନିୟମିତତା ଅଭିଯୋଗ ରେ ବିଡ଼ିଓ ଙ୍କୁ ଭେଟିଥିଲେ ରାଜ୍ୟ ବିଜେପି ନେତା ଦିଲ୍ଲୀପ ମଲ୍ଲିକ

କିରାସିନି ବଣ୍ଟନ ର ଅନିୟମିତତା ଅଭିଯୋଗ ରେ ବିଡ଼ିଓ ଙ୍କୁ ଭେଟିଥିଲେ ରାଜ୍ୟ ବିଜେପି ନେତା ଦିଲ୍ଲୀପ ମଲ୍ଲିକ

ନିଶ୍ଚିନ୍ତକୋଇଲି,୧୮/୦୫/୨୦୨୦(ଓଡିଶା ସମାଚାର/ଅଭୟ ଜେନା):କଟକ ସଦର ନିର୍ବାଚନ ମଣ୍ଡଳୀ ଅଧିନ ରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକ ର ୧୪ ଟି ପଞ୍ଚାୟତ ରେ କିରାସିନି ବଣ୍ଟନ ରେ ଡିଲର ମାନେ ଜାଲିଆତି କରୁଥିବା ସଂକ୍ରାନ୍ତରେ କଟକ ସଦର ବିଜେପି ପକ୍ଷରୁ ବିଡ଼ିଓ ଙ୍କ ଠାରେ ଅଭିଯୋଗ ହୋଇଛି। ବିଜେପି ରାଜ୍ୟ ସମ୍ପାଦକ ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ସେମାନେ ଅଭିଯୋଗ ରେ ଦର୍ଶାଇଛନ୍ତି ଯେ ଧାର୍ୟ୍ୟ ଦର ଠାରୁ ଅଧିକ ଦର ରେ ଡ଼ିଲର ମାନେ କିରୋସିନି ବିକ୍ରୟ କରୁଛନ୍ତି।କେତେକ ସ୍ଥାନରେ ଚାଉଳ ବଣ୍ଟନ ରେ ବିଳମ୍ବ ହେଉଥିବା ବେଳେ ଅଦ୍ୟାବଧି ଡାଲି ବଣ୍ଟନ କରାଯାଇ ନଥିବା ଅଭିଯୋଗ ରେ ଦର୍ଶାଇ ବିଡ଼ିଓ ଙ୍କ ଠାରେ ତୁରନ୍ତ କାର୍ୟ୍ୟ ନୁଷ୍ଠାନ ଦାବିକରିଛନ୍ତି।ଏହି ଦାବି ପତ୍ର ପ୍ରଦାନ ସମୟରେ ବିଜେପି ନେତା ଦିଲ୍ଲୀପ ମଲ୍ଲିକଙ୍କ ସହ ରଞ୍ଜନ ନନ୍ଦ, ସରପଞ୍ଚ ମୁକ୍ତାର ଅଲ୍ଲୀ,ଜିତେନ୍ଦ୍ର ବିଶ୍ୱାଳ,ସଞ୍ଜୟ ଦାସ,ଅକ୍ଷୟ ମହାନ୍ତି,ଦେବବ୍ରତ ମହାନ୍ତି, ସନ୍ଦୀପ ଦାସ,ଭାଗବତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *