କଟକ, ୧୮/୦୫/୨୦୨୦ (ଓଡ଼ିଶା ସମାଚାର / ଦେବାଶିଷ ରଥ)- କଲେଜ ଛକ ସୁବାଷ ବୋଷ ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ୩୮ ନମ୍ବର ୱାର୍ଡ ର ଯୁବ ନେତା ବିଭୁତି ଭୂଷଣ ସ୍ୱାଇଁ ଙ୍କ ନେତୃତ୍ୱରେ କରୋନା ଯୋଦ୍ଧା ଯଥା ସଫେଇ କର୍ମଚାରୀ, ଆରକ୍ଷୀ ଅଧିକାରୀ,ସ୍ୱାସ୍ଥ୍ୟ ଅଧିକାରୀ ମିଡିଆ ଭାଇ ଓ ସାନିଟାଇଜର ଏକ୍ସପୋର୍ଟ ଅଧିକାରୀ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ପ୍ରକାଶ ଥାଉ କି ଯୁବନେତା ବିଭୁତି ଭୂଷଣ ସ୍ୱାଇଁ ଙ୍କ ନେତୃତ୍ୱ ରେ ସାମ୍ପ୍ରତିକ ପରିସ୍ଥିତି ରେ ସମାଜ ପାଇଁ ନିଜକୁ ଉସ୍ଵର୍ଗୀକୃତ ଭାବେ କାର୍ୟ୍ୟ କରି ଆଜି ପ୍ରଶଂସା ପାତ୍ର ହୋଇଥିବା କରୋନା ଯୋଦ୍ଧା ମାନଙ୍କୁ କଲେଜ ଛକ ସ୍ଥିତ ସୁବାଷ ବୋଷ ଙ୍କ ପ୍ରତିମୂର୍ତ୍ତି ନିକଟରେ ସମ୍ବର୍ଦ୍ଧିତ କରାଯାଇଅଛି । ସର୍ବ ପ୍ରଥମେ ସୁବାଷ ବୋଷ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି କୁଲି ଭାଇ ଓ ସଫେଇ କର୍ମଚାରୀ ଭାଇମାନଙ୍କୁ ମାସ୍କ ,ଉତରିୟ,ଓ ଶୁଖିଲା ଖାଦ୍ୟ ବଣ୍ଟାଯାଇଥିଲା ଏବଂ ମାଲଗୋଦାମ ଥାନା ଆଇ,ଆଇ,ସି ,ଶ୍ରୀଯୁକ୍ତ ରବିନାରାୟଣ ଭଞ୍ଜ ଓ ସବ ଇନ୍ସ ପେକ୍ଟର ସୁନିଲ ୟାଦବ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର, ସିଏମସି ଏସଇ ସସ୍ମିତା ସାହୁ ,ସାନିଟାଇଜ ଇନ୍ସପେକ୍ଟର ବିଜୟ କୁମାର ପାତ୍ର ପ୍ରମୁଖ ଙ୍କୁ ଉତରିୟ ,ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଅଛି । ଉକ୍ତ କାର୍ୟ୍ୟକ୍ରମ ରେ କଟକ ନଗର ବିଜେଡି ବରିଷ୍ଠ କର୍ମକର୍ତା ପ୍ରଶାନ୍ତ ନାୟକ,ନଗର ଉପସଭାପତି ,ରାଜେନ୍ଦ୍ର ରଣା,ଗଣେଷ ରାଉତ,ନଗର ସମ୍ପାଦକ ବିଷ୍ଣୁ ଚରଣ ସାହୁ, ରାଣିହାଟ ପୂଜାକମିଟି କୋଷଧକ୍ଷ ସୁକାନ୍ତ ସାହୁ ,କଲେଜ ଛକ ପୂଜା କମିଟି ସମ୍ପାଦକ ଜଗନ୍ନାଥ ସାହୁ, ସାହସମ୍ପାଦକ, ଶାରଦା ପ୍ରସନ୍ନ ବେହେରା, ଛାତ୍ରା ନେତା ଭବାନୀ ଶଙ୍କର ଦାଶ୍ , ଦେବାନି ବାରିକ, ବେହେରା ସାହି ମୁନା ବେହେରା, ସୁକାନ୍ତ ବେହେରା ,ଗଜେନ୍ଦ୍ର ଦାସ , ସଗାରସହି,ରାଧା ନାୟକ,ମଞ୍ଜୁ ଦାଶ ,ଅନିଲ ନାୟକ ଓ ରେଭେନ୍ସା ଛାତ୍ରାବାସ କର୍ମଚାରୀ ସଙ୍ଘର ଜୟରାମ ବାରିକ ,ବିଶ୍ଵନାଥ ଦାଶ୍, ରଞ୍ଜିତ ଦାଶ୍,ଅଶୋକ ଦାଶ୍,ଅମୁଲ୍ୟ ବାରିକ,ଅଜୟ ଦାଶ୍ ଓ ଅନ୍ନପୂର୍ଣ୍ଣା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ ର ହାତ ବଢ଼ାଇ ଥିଲେ । ଓଡ଼ିଶା ସମାଚାର