Monday , December 6 2021
Breaking News
Home / ବିଶେଷ / କରୋନା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ – ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ସୁପରିଚାଳନା ଉପରେଗୁରୁତ୍ୱ

କରୋନା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ – ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ସୁପରିଚାଳନା ଉପରେଗୁରୁତ୍ୱ

କେନ୍ଦ୍ରାପଡା , ୧୮/୦୫/୨୦୨୦ (ଓଡ଼ିଶା ସମାଚାର)- କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ତ୍ୱରିତ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ସୁପରିଚାଳନା ଉପରେ ଜିଲ୍ଲାପାଳ ସମର୍ଥ ବର୍ମା ଗୁରୁତ୍ୱାରୋପ କରିଛନ୍ତି । ଆଜିସୁଦ୍ଧା ଜିଲ୍ଲାର ସମସ୍ତ ୨୪୯ଟି ପଂଚାୟତରେ ୧୧୬୪ ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୪୬ହଜାର ୮୯୨ ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବାବେଳେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ପକ୍ଷରୁ ୩୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୧୯୫୨ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ୧୪୪ ଧାରା ଜାରି କରାଯାଇଛି । ଆଜିସୁଦ୍ଧା ୯୯୬୯ ଜଣ ରାଜ୍ୟ ବାହାରୁ ଆସିଛନ୍ତି । ରବିବାର ଆସିଥିବା ୧୨୨୬ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୧୮୯ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୮୨, ମହାକାଳପଡା ବ୍ଲକର ୧୧୨, ମାର୍ଶାଘାଇ ବ୍ଲକର ୨୩୨, ରାଜନଗର ବ୍ଲକର୧୯୪, ରାଜକନିକା ବ୍ଲକର ୧୩୯, ଆଳି ବ୍ଲକର୯୪, ଡେରାବିଶି ବ୍ଲକର ୧୫୦ ଓ ଗରଦପୁର ବ୍ଲକର ୫୬ ଜଣ ଅଛନ୍ତି । ତାଲାବନ୍ଦ ଆଇନ ଉଲ୍ଲଙ୍ଘନ କରିଥିବାରୁ ୧୫୯ଜଣ ଅଭିଯୁକ୍ତଙ୍କ ନାମରେ ୮୯ଟି ମାମଲା ରୁଜୁକରାଯାଇ ୬୯ଟି ବାଇକ, ୧୦ଟି ଚାରିଚକିଆ ଓ ୨ଟି ଅଟୋରିକ୍ସାଜବତକରାଯାଇ ୩ଲକ୍ଷ ୩୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଜିଲ୍ଲାର ୭୫ହଜାର ୮୫୧ ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପ୍ରତ୍ୟେକ ଏକହଜାର ୫ଶହ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅନ୍ୟାଦେଶ ପର୍ଯ୍ୟନ୍ତ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ଟା ଠାରୁସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ । ଏବଂ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡିକ ଦିନରାତିଖୋଲା ରହିବ । ମାର୍କେଟ କମ୍ପ୍ଲେକ୍ସ ଓ ସପିଂମଲ ବାହାରେ ଥିବା ସେଲୁନ ଓ ପାର୍ଲର ଗୁଡିକ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତାମାନେ ସାମାଜିକ ଦ୍ୱରତା ରକ୍ଷାକରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛିା ମଦ ଦୋକାନ ଗୁଡିକ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦର ହିବ । ଜିଲ୍ଲାପାଳ ଶ୍ରୀ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତାକେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଜୱାଦ ବାତ୍ୟା ଜନିତ ବର୍ଷାରେ ସହର ସମେତ ଗ୍ରାମାଂଚଳ ଜଳାର୍ଣ୍ଣବ

କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଲଘୁଚାପ ଯୋଗୁ ଜୱାଦ ବାତ୍ୟା ଜନିତ ପ୍ରବଳ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରର ଆଖପାଖ ଗ୍ରାମାଂଚଳର …

Leave a Reply

Your email address will not be published. Required fields are marked *