ନର୍ଲା, ୧୭/୦୫/୨୦୨୦ (ଓଡ଼ିଶା ସମାଚାର / ସୌମ୍ୟ ରଞ୍ଜନ ମହାରଣା)-ମହାମାରୀ କରୋନା ସଂକଟ ଯୋଗୁଁ ଦେଶ ଲକ ଡ଼ାଉନରେ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଥିବାବେଳେ ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । ବିଦେଶୀ ଓ ଦେଶୀ ମଦ ଭାଟି ମଧ୍ୟ ସମ୍ପୂର୍ଣ ବନ୍ଦ ରଅଛି । ଏହାର ସୁଯୋଗ ନେଇ କିଛି ମଦ ବ୍ୟବସାୟୀ ଦେଶୀ ମଦରେ ସାଇକେଲ ଟ୍ୟୁବ ପ୍ୟାଚ ରେ ବ୍ୟବହାର କରାଯାଉଥିବା ସଲ୍ୟୁସନ , ୟୁରିଆ ସାର ଓ ନିଶା ଔଷଧର ଅପମିଶ୍ରଣ କରି ମଦ ତିଆରି କରୁଥିବା ଜଣାପଡୁଛି । ଏହି ମଦ ସବୁ ବଣ ଜଙ୍ଗଲ ଆଦିବାସୀ ଅଧ୍ୟୁଷିତ ଝିରୀପାଣି, ଆମଝିରି, ଗଟେନ ଆଦି ଅଂଚଳରେ ତିଆରି ହେଉଥିବାବେଳେ ସେଠାରୁ ନର୍ଲା ସମେତ ବ୍ଲକର ଅନ୍ୟାନ୍ୟ ଅଂଚଳକୁ ବେଧଡକ ଭାବେ ଚୋରା ଚାଲାଣ ହେଉଛି । ଏହି ମଦ ଲିଟର ୨୦୦ ରୁ ୩୦୦ ଟଙ୍କା ପର୍ୟ୍ୟନ୍ତ ଚଢ଼ା ଦରରେ ବିକ୍ରି କରି ଅସାଧୁ ବେପାରୀ ମାଲେ ମାଲ ହେଉଛନ୍ତି । ମଦୁଆ ମାନଙ୍କ କହିବା ଅନୁସାରେ ଏହି ମଦ ପିଇଲେ ମୁଣ୍ଡ ବ୍ୟଥା, ଗୋଡ଼ ହାତ ବ୍ୟଥା ଓ ଭୋକ ହେଉନଥିବା ଆଦି ଲକ୍ଷଣ ଅନୁଭବ ହେଉଛି । ତେଣେ ପୋଲିସ କର୍ମଚାରୀ ମାନେ ସୁରକ୍ଷା କାର୍ୟ୍ୟରେ ମାତି ଥିବାବେଳେ ନର୍ଲା, ରେଗଡିମାଲ, ଝୁର୍କାଭାଟ୍ଟା, ନର୍ଲାରୋଡ, ମାଣ୍ଡେଲ, ସାନଗୁଣ୍ଡରୀ ଆଦି ବ୍ଲକର ଅନେକ ଗାଁର ଅସାଧୁ ମଦ ବେପାରୀ ମାନେ ଏହାର ଫାଇଦା ଉଠାଇ ନିରୀହ ଜୀବନକୁ ବରବାଦ କରିବା ପାଇଁ ଆଗେଇଛନ୍ତି । ଆଗାମୀ ଦିନରେ କରୋନା ମହାମାରୀ ଯେତେ ବିପଦ ଆଣିପାରେ ତାହାଠାରୁ ଦୁଇଗୁଣ ବିପଦ ଏହି ବିଷାକ୍ତ ମଦ ଆଣିପାରେ ବୋଲି ଜଣେ ମଦ୍ୟପ ନିଜ ନାମ ଗୋପନ କରି ପ୍ରକାଶ କରିଛନ୍ତି । ଅବକାରୀ ବିଭାଗ ବିଷାକ୍ତ ମଦ ତିଆରି ଉପରେ ଅଙ୍କୁଶ ଲଗାଇ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଏହା ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ସମାଚାର
Check Also
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …