Wednesday , February 8 2023
Breaking News
Home / ବିଶେଷ / ଡାକ୍ତର, ପୋଲିସ, ବ୍ୟାଙ୍କ ଓ ବିଏମସି କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଡାକ୍ତର, ପୋଲିସ, ବ୍ୟାଙ୍କ ଓ ବିଏମସି କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

 

ଭୁବନେଶ୍ୱର ୧୭/୦୫/୨୦୨୦ (ଓଡ଼ିଶା ସମାଚାର)- କରୋନା ଯୁଦ୍ଧରେ ସାମିଲ ଥିବା ଡାକ୍ତର, ପୋଲିସ, ବ୍ୟାଙ୍କ ଓ ବିଏମସି କର୍ମଚାରୀଙ୍କୁ ଆଜି ମାଉସି’ମା ଛକ ନିକଟ ଦିନବନ୍ଧୁ ଭିଲ୍ଲାଠାରେ ଦିନବନ୍ଧୁ ଭିଲ୍ଲା ୱେଲଫାୟାର ଆସୋସିଏସନ୍ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏସିପି ବିଷ୍ଣୁ ଚରଣ ପାତ୍ର, ଏସିପି ଟ୍ରାଫିକ୍ ଶାଶ୍ୱତ ପଣ୍ଡା, ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ଡ଼ଃ ପ୍ରଜ୍ଞା ମହାନ୍ତି, ଡ଼ଃ ରାଧା ଦଳେଇ, ଡ଼ଃ ରଂଜିତା ମହାନ୍ତି, ଡ଼ଃ ଏସ୍ ପଣ୍ଡା, ବ୍ୟାଙ୍କ କର୍ମଚାରୀ ସଂଗ୍ରାମ ସାହୁ, ମିହିର ତ୍ରିପାଠୀ, ସୁଶାନ୍ତ ନାୟକ, ହୁଲାସ ସାମନ୍ତରାୟ, ଅନ୍ୟ ପୋଲିସ କର୍ମଚାରୀ ଓ  ବିଏମସି  କର୍ମଚାରୀଙ୍କୁ ପୁଷ୍ପ ପକାଯାଇ ଉତରୀୟ ପ୍ରଦାନ କରଯାଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହାକୁ ପ୍ରସନ୍ନ କୁମାର ଚୌଧୁରୀ, ଗଦାଧର ଦାସ, ଦୁର୍ଗା ପ୍ରସାଦ ସାହୁ, ଶଶୀ ଭୂଷଣ ଦାସ, ରାଜ ମିଶ୍ର, ଧିରଜ ମହାପାତ୍ର, ମନୋରଞ୍ଜନ ମହାପାତ୍ର ପ୍ରମୁଖ ପରିଚାଳଣା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.