Tuesday , December 7 2021
Breaking News
Home / ବିଶେଷ / ଗରଦପୁର: ୧୯ସଙ୍ଗରୋଧ କେନ୍ଦ୍ରରେ ୭୮୧ ପ୍ରବାସୀ      

ଗରଦପୁର: ୧୯ସଙ୍ଗରୋଧ କେନ୍ଦ୍ରରେ ୭୮୧ ପ୍ରବାସୀ      

ଗରଦପୁର ୧୭/୦୫/୨୦୨୦ (ଓଡ଼ିଶା ସମାଚାର)-ବିଭିନ୍ନ ରାଜ୍ୟମାନଙ୍କରୁ ନିଜ ଘରକୁ ଫେରି ଆସୁଥିବା ପ୍ରବାସୀମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ପଂଚାୟତର ବିଭିନ୍ନ ସ୍ଥାନମାନଙ୍କରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରମାନଙ୍କରେ ପ୍ରବାସୀମାନଙ୍କର ଗହଳି ରହିଥିବାର ଦେଖିବାକୁ ମିଳିଛି । ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ଶ୍ରୀଚନ୍ଦନପୁର ଗ୍ରାମର ଭଗବାନ ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ଗତ କାଲି ଓ ଆଜି ମୋଟ ୪୨ଜଣ ପ୍ରବାସୀମାନେ ରହିଛନ୍ତି । ଏହି କେନ୍ଦ୍ରରେ ମୋଟ ୪୫ଜଣ ପ୍ରବାସୀମାନଙ୍କ ରହିବାର ବ୍ୟବସ୍ଥା କରାଯାଇଥିବାବେଳେ,ଏଠାରେ କଲିକତା ଓ ହାଇଦ୍ରାବାଦରୁ ଦୁଇଟି ପର୍ଯ୍ୟାୟରେ ମୋଟ୪୨ ଜଣ ପ୍ରବାସୀମାନଙ୍କୁ ରଖାଯାଇଛି । ସେହିପରି ଏହି ପଂଚାୟତ ଅନ୍ତର୍ଗତ ହରିଦାସପୁର ଠାରେ ପଂଚାୟତ ନାଗମଣୀ ହାଇସ୍କୁଲରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ୧୨ଜଣ ପ୍ରବାସୀମାନେ ଆସିଥିବାବେଳେ,ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ଗୋଟିଏ ପରିବାରରୁ ୩ ଜଣ ପ୍ରବାସୀମାନେ ରହିଥିବା ସମ୍ପର୍କରେ ପାଟକୁରା ମେଡିକାଲର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ହିମାଂଶୁ ଭୂଷଣ ଷଢଙ୍ଗି ସୂଚନା ଦେଇଛନ୍ତି । ପଦ୍ମପୁର ପଂଚାୟତର ବିଚଣା ୟୁପି ସ୍କୁଲ ଠାରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ପୂର୍ବରୁ ୯ଜଣ ପ୍ରବାସୀମାନେ ରହିଛନ୍ତି । ସଙ୍ଗରୋଧ କେନ୍ଦ୍ରକୁ ଆଜି ଓ ଗତକାଲି ଆସିଥିବା ପ୍ରବାସୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ତନଖି କରିବା ପାଇଁ କୋଭିଡ-୧୯ଦାଇତ୍ୱରେ ରହିଥିବା ଡାକ୍ତର ବିଷ୍ଣୁ ଚରଣ ପ୍ରଧାନଙ୍କ ସହିତ ସ୍ୱାସ୍ଥ୍ୟକର୍ମୀ,ରଞ୍ଜନ କୁମାର ପତି,ଶ୍ରୀଚନ୍ଦନପୁର ଠାରେ ଆଶା କର୍ମୀ ମମତା ସାହୁ,ଅଙ୍ଗନୱାଡି କର୍ମୀ ନିର୍ମଳା ବେହେରା,ଦାଇତ୍ୱରେ ଥିବା ଶିକ୍ଷକ ଦିଲ୍ଲୀପ କୁମାର ସେଠୀ,ହରିଦାସପୁରର ଆଶାକର୍ମୀ ରୂପାଲି ମହାପାତ୍ର ଓ ବିଭିନ୍ନ ପଂଚାୟତର ସରପଂଚ ମାନେ ଥିଲେ । ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀମାନେ୧ମିଟର ଦୂରରେ ରହି ସମଦୂରତା ରଖିବା ଓ ମୁହଁରେ ମାସ୍କ ପିନ୍ଧିବା ସମ୍ପର୍କରେ ଡାକ୍ତର ପ୍ରଧାନ ପ୍ରବାସୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ପାଟକୁରା ପଂଚାୟତର ତିନିଗୋଟି ସ୍ଥାନରେ ପ୍ରବାସୀମାନଙ୍କ ପାଇଁ ୨ଶହ ଶଯ୍ୟା ପ୍ରସ୍ତୁତି ରଖାଯାଇଥିବା ସମ୍ପର୍କରେ ସରପଂଚ ସୂର୍ଯ୍ୟମଣୀ ସେଠୀ ସୂଚନା ଦେଇଛନ୍ତି  । ଗରଦପୁର ବ୍ଲକ ଅଂଚଳକୁ ଆଜି ୫୬ଜଣ ପ୍ରବାସୀମାନେ ଆସିଥିବାବେଳେ ଏହି ବ୍ଲକରେ ମୋଟ ୭୮୧ଜଣ ପ୍ରବାସୀମାନଙ୍କୁ ୧୯ଗୋଟି ସଙ୍ଗରୋଧ କେନ୍ଦ୍ରମାନଙ୍କରେ ରଖାଯାଇଥିବା ସମ୍ପର୍କରେ ବ୍ଲକ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।   ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *