ମାଲକାନଗିରି.୦୬/୧୧/୨୦୧୯(ଓଡ଼ିଶା ସମାଚାର)- ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ତେଲରାଇ ପଂଚାୟତର ସିଙ୍ଗାଭାରମ ଗ୍ରାମରେ ସ୍ୱେଚ୍ଛାସେବୀ ସଂସ୍ଥା ସି.ପି.ଏଫ ପକ୍ଷରୁ ଗ୍ରାମରେ ସ୍ୱଛ ଭାରତ(ଗ୍ରାମ ସଫେଇ) ଓ ଖୋଲାରେ ମଳତ୍ୟାଗ ନ କରିବା ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିପିଏଫ ସଂସ୍ଥାର କର୍ମକର୍ତା, ଲୋକ ପ୍ରତିନିଧି , ଯୁବଗୋଷ୍ଠୀ ଓ ବହୁ ଗ୍ରାମବାସୀ ଯୋଗଦେଇ ଗ୍ରାମରେ ଅପରିଷ୍କାର ଥିବା ସ୍ଥାନ ଗୁଡ଼ିକ ଅଳିଆ ଆବର୍ଜନା ଗୁଡିକ ସଫା କରିବା ସହ ଆଗାମୀ ଦିନରେ ଆଳିଆ ଆବର୍ଜନା ଗୁଡିକ କିପରି ସଫା ରଖିବ ସେ ଉପରେ ବୁଝାଇଥିଲେ । ଏଥିସହ ଖୋଲାରେ ମଳତ୍ୟାଗ ନ କରି ସମସ୍ତଙ୍କୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବ୍ୟକ୍ତିଗତ ପାଇଖାନା ବ୍ୟବହାର କରିବା ପାଇଁ ସଚେତନତାର ବାର୍ତା ଦିଆଯାଇଥିଲା । ଯେଉଁ ଗ୍ରାମବାସୀ ବାହାରେ ମଳତ୍ୟାଗ କରିବେ ତାଙ୍କୁ ଗ୍ରାମରେ ସିପିଏଫ ଦ୍ୱାରା ଗଠିତ ହୋଇଥିବା ଗ୍ରାମ ସମନ୍ୱୟ ଦଳ ପକ୍ଷରୁ ଜୋରିମାନା ଦେବାର ବ୍ୟବସ୍ଥା କରିବେ ବୋଲି ଗ୍ରାମବାସୀ ନିଷ୍ପତିି ନେବା ସହ ବାହାରେ ମଳତ୍ୟାଗ କରିବେ ନାହିଁ ବୋଲି ଶପଥ ନେଇଥିଲେ । ଏ ନେଇ ଗ୍ରାମରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା ା ସିପିଏଫ ସଂସ୍ଥାର ପ୍ରୋଜେକ୍ଟ କୋଅର୍ଡିନେଟର ବସନ୍ତ ନାୟକ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ପଂଚାୟତର ନାଏବ ସରପଂଚ ଆଡମା କବାସୀ, ଜିଆରଏସ ନବଘନ ପଡିଆମି, ପଂଚାୟତର ପିଇଓ, ଗ୍ରାମ ମୁଖିଆ, ୱାର୍ଡମେମ୍ବର, ଅଙ୍ଗନବାଡି କର୍ମୀ, ଆରଡବ୍ଲ୍ୟୁଏସଏସ ଏସଇଏମ ସମେତ ସିପିଏଫର ମନୋଜ ଶତପଥୀ,ଦେବାଶିଷ ଢାଲି, ବିଶ୍ୱନାଥ ସିଲ,ଏରା ପଡିଆମିଙ୍କ ସହ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର