Thursday , September 28 2023
Home / ବିଶେଷ / ସଂକୀର୍ତନ ମହାମଣ୍ଡଳର ମହୋଦଧି ଆଳତି

ସଂକୀର୍ତନ ମହାମଣ୍ଡଳର ମହୋଦଧି ଆଳତି

ଏରସମା, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ନାମଯଜ୍ଞ ସଂସ୍କାର ସମିତି ସଂକୀର୍ତନ ମହାମଣ୍ଡଳର ଜନ୍ମୋତ୍ସବ ଅବସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହୋଦଧି ଯାତ୍ରା ଅନୁଷ୍ଠିତ ହୋଇଛି । ମହାମଣ୍ଡଳର ସ୍ଥାୟୀ କାର୍ଯ୍ୟାଳୟ କୁଳିଆଗାଁ ସ୍ଥିତ ଗୌରବିହାର ପରିସରରୁ ସଂକୀର୍ତନ ଦଳ ଶୋଭାଯାତ୍ରାରେ ଯାଇ ଏରସମା ବ୍ଲକ ପଦ୍ମପୁର ପଂଚାୟତର ସରବନ୍ତ ଶ୍ରୀଶ୍ରୀ ବଳଦେବଜୀଉ ମନ୍ଦିରରେ ଠାକୁରଙ୍କ ପୂଜାର୍ଚ୍ଚନା କରିବା ସହିତ ପରେ ସଂକୀର୍ତନ ପ୍ରେମୀ ସେଠାରୁ ମହାମନ୍ତ୍ର ନାମ ପରିବେଷଣ କରି ମହୋଦଧିରେ ପହଂଚିଥିଲେ । ସେଠାରେ ଆଳତୀ କରାଯିବା ସହିତ ସମୁଦ୍ର ଶାନ୍ତି ପାଇଁ ହୋମଯଜ୍ଞ କରାଯାଇଥିଲା । ଏଥିରେ ସମିତିର ସଭାପତି ମାଧବାନନ୍ଦ ଜେନା,ଉପସଭାପତି ବସନ୍ତ ପରିଡା,ସମ୍ପାଦକ ବସନ୍ତ ନାୟକ,ସହ ସମ୍ପାଦକ ପବିତ୍ର ମୋହନ ସାଉ,ସରୋଜ ପଣ୍ଡା,ଆର୍ତବନ୍ଧୁ ଦାସ,ରତ୍ନାକର ଦାଶ,ବିଚିତ୍ରାନନ୍ଦ ସ୍ୱାଇଁ,ନଗେନ୍ଦ୍ର ବେହେରା,ବିଜୟ ପ୍ରଧାନ,କୃଷ୍ଣଚନ୍ଦ୍ର ପ୍ରଧାନ,ଦିବାକର ମନ୍ତ୍ରୀ, ରମେଶ ଚନ୍ଦ୍ର ପୃଷ୍ଟି,ଗୌରାଙ୍ଗ ଦାସ ପ୍ରମୁଖ ସାମିଲ ହୋଇଥିଲେ । ସୂଚନା ଯୋଗ୍ୟ ୧୯୯୪ରୁ ମହାମଣ୍ଡଳ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ କରାଯାଉଛି । ଚଳିତବର୍ଷ ଭଳି ଏହା ୨୫ ବର୍ଷରେ ପଦାର୍ପଣ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *