Monday , September 25 2023
Breaking News
Home / ବିଶେଷ / ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ନନ୍ଦପୁର, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ନନ୍ଦପୁର ସିନେ୍ଧଦେବୀ ମହାବିଦ୍ୟାଳୟ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଶତବାର୍ଷକୀ ଅବସରରେ ଏକତା ଦିବସ ଓ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ସିନେ୍ଧଦେବୀ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷା ବୈଜୟନ୍ତୀ ସାମଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଅଧ୍ୟାପକ ସନ୍ତୋଷ କୁମାର ପଟ୍ଟନାୟକ, ଅଧ୍ୟାପକ ଉଇଲିୟମ ତୁରୁକ, ଶ୍ରୀରାମ ପାତ୍ର, ହୃଷିକେଶ ପୃଷ୍ଠି, କାର୍ତିକ ପଟ୍ଟନାୟକ, ସରୋଜ ପାତ୍ର, ନରେଶ ମହାନ୍ତି, ଅଧ୍ୟାପିକା ପ୍ରଜ୍ଞା ପରମିତା ମହାରଣା, ଭି.ହେମଲତା, ସିପ୍ରା ମଣ୍ଡଳ ପ୍ରମୁଖ ଯୋଗଦେଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋଚିତ୍ରରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରି ଦେଶ ଗଠନରେ ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ରାଷ୍ଟ୍ର ନିର୍ମାଣରେ ସମସ୍ତେ ମିଳିମିଶି ହାତ ବଢ଼ାଇ ଦେଶକୁ ଦୁର୍ନୀତିମୁକ୍ତ କରିବାକୁ ଦୁର୍ନୀତି ନିବାରଣ ସପ୍ତାହରେ ସମସ୍ତେ ଶପଥ ନେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ଦୋରା, ଭୀମ ଖେମୁଣ୍ଡୁ, ପ୍ରଭାକର ମହାରଣା, ଦୁର୍ଯ୍ୟୋଧନ ଦଳପତି, ନରସିଂହ ତ୍ରିପାଠୀ, ବିଜୟ ଖିଲ, ଭଗବାନ ବଡ଼ନାୟକ, ରାମ ଖିଲ, କୌଶଲ୍ୟା ତାମା, ବି.ଲଲିତା କୁମାରୀ ପ୍ରମୁଖ ସହଯୋଗ କରିଥିଲେ । ଅଧ୍ୟାପିକା ବାତସେବା ତାଣ୍ଡି ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *