କୁଜଙ୍ଗ, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- କୁଜଙ୍ଗ ବ୍ଲକ୍ ଭୂତମୁଣ୍ଡାଇ ପଂଚାୟତ ପିପଳ ଗ୍ରାମସ୍ଥିତ ବାତ୍ୟା ଆଶ୍ରୟସ୍ଥଳରେ ଆଂଚଳିକ ସୁରକ୍ଷା ପରିଷଦ ପକ୍ଷରୁ ଆଗାମି ୨୯ ତାରିଖ ପ୍ରତିବାଦକୁ ସଫଳ କରିବାକୁ ଏକ ସମାବେଶ ନାରୀନେତ୍ରୀ ମିନର୍ଭା ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମିତିର ମୁଖ୍ୟ ଆବାହକ ରଘୁନାଥ ସାହୁ ଓ ସହଆବାହକ ଶ୍ରୀବଲ୍ଲଭ କର ଆନ୍ଦୋଳନର ରୂପରେଖ ସହ ଉଦେଶ୍ୟ ବିଷୟରେ କହିବା ପରେ ଉପସ୍ଥିତ ଶହ ଶହ ମହିଳା ହୁଳହୁଳି ଦେଇ ଏହି ଆନ୍ଦୋଳନ ସହ ସାମିଲ ହେବାକୁ ସଂକଳ୍ପ ନେଇଥିଲେ । ଏହି ଅବସରରେ ପ୍ରମୋଦ କୁମାର ଜେନା, କମ୍ରେଡ୍ ବାବୁରାମ ଚୌଧୁରୀ, ଇଂ ସଂଜୟ କୁମାର ସ୍ୱାଇଁ, ସମିତି ସଭ୍ୟ ସାରଦା ପ୍ରସାଦ ଦାସ, ଭୂତମୁଣ୍ଡାଇ ସରପଂଚ ଜ୍ୟୋର୍ତିମୟୀ ସ୍ୱାଇଁ, ଦେବବାଳା ମହାପାତ୍ର ପ୍ରମୁଖ ଓ ଇଂ ଅମରେଶ ନରେଶ ସାମନ୍ତଙ୍କ ବହୁ ସଦସ୍ୟ ଯୋଗଦେଇଥିଲେ । ଏହି ଅବସରରେ ପ୍ରତି ମହିଳା ସପରିବାର ସହ ଏହି ଆନ୍ଦୋଳନକୁ ସଫଳ କରିବାକୁ ଶପଥ କରିବା ସହ ଅନ୍ୟୂନ ଏହି ଗ୍ରାମର ଏକ ହଜାର ମହିଳା ଓ ପୁରୁଷ ସାମିଲ ହେବେ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ସମାଚାର