ଡେରାବିଶ, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ଡେରାବିଶ ବିକାଶ ପରିଷଦ ପକ୍ଷରୁ ଡେରାବିଶସ୍ଥିତ କାର୍ଯ୍ୟାଳୟ ପରିସରରେ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦୁର୍ଯୋଧନ ସ୍ୱାଇଁଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସେନାଧିକାରୀ କ୍ୟାପଟେନ ଉମେଶ ଚନ୍ଦ୍ର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ସହକାରୀ ଆରକ୍ଷୀ ଅଧିକ୍ଷକ ନିତ୍ୟାନନ୍ଦ ଦ୍ୱିବେଦୀ ଏବଂ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡା ଜିଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ବାନାମ୍ବର ସାହୁ, ସ୍ଥାନୀୟ ଗୋଲରାହାଟ ପଂଚାୟତର ପ୍ରାକ୍ତନ ସରପଂଚ ତ୍ରିଲୋଚନ ରାଉତ ଓ ବିପିନ ବିହାରୀ ସାହୁ ପ୍ରମୁଖ ଯୋଗଦେଇ ଗତ ମାଟ୍ରିକ ପରୀକ୍ଷାରେ ଏ୧ ଗ୍ରେଡରେ ଜିଲାରୁ ମୋଟ ୨୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଡେରାବିଶ ବ୍ଲକ ଅଂଚଳର ସର୍ବାଧିକ ୧୨ଜଣ ଛାତ୍ରଛାତ୍ରୀ ରହିଥିବା ନିଶ୍ଚୟ ବ୍ଲକ ଅଂଚଳ ପାଇଁ ଗୌରବର ବିଷୟ ବୋଲି କହିଥିଲେ । ତେଣୁ ଏହି କୃତି ଛାତ୍ରଛାତ୍ରୀଙ୍କୁ ଆଗାମୀ ଭବିଷ୍ୟତକୁ ସଫଳ ଭାବେ ଗଠନ କରିବା ନେଇ ଉତ୍ସାହିତ କରିବା ପାଇଁ ସମ୍ବର୍ଦ୍ଧନା ଉତ୍ସବର ଆୟୋଜକ ବିକାଶ ପରିଷଦର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ ଅଂଚଳର ଏ୧ ଗ୍ରେଡରେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀ ସେନାଲୀ କର, ଭାଗ୍ୟଶ୍ରୀ ପଣ୍ଡା, ଅନନ୍ୟା ପ୍ରଧାନ, ଆଦ୍ୟାଶା ବିଶ୍ୱାଳ, ଅନୁଷ୍କା ରଥ, ମଧୁସ୍ମିତା ନାୟକ, ଅନନ୍ୟା ମିଶ୍ର , ସୁଶ୍ରୀ ସୁମନ ମିଶ୍ରଙ୍କ ସମେତ କୃତି ଛାତ୍ର ଅଂଶୁମାନ ସ୍ୱାଇଁ, ଅମ୍ଳାନ ପଣ୍ଡା, ଅଭିଶେକ ଦାଶ ଓ ନଗେନ ବିହାରୀଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବ ପ୍ରାରମ୍ଭରେ ବିକାଶ ପରିଷଦ କର୍ମକର୍ତା ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଭିମନ୍ୟୁ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଷଦ ସମ୍ପାଦକ ରାଜକିଶୋର ଜେନା ପ୍ରାରମ୍ଭିକ ଭାଷଣ ସହ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ‘ଭଲ ମଣିଷ ହେବାର ପ୍ରକୃତ ସଜ୍ଞା’ ଶିର୍ଷକ ଆଲୋଚନା ଚକ୍ରରେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ପରିଷଦର କର୍ମକର୍ତା, ଅଂଚଳର ଶିକ୍ଷାବିତ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଅଂଚଳବାସୀ ଭାଗ ନେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶିକ୍ଷାବିତ ତଥା ବିକାଶ ପରିଷଦ କର୍ମକର୍ତା ଗୋଲଖ ଚନ୍ଦ୍ର ସାହୁ, ଦିବାକର ନାୟକ, ଗୌରାଙ୍ଗ ପଣ୍ଡା, ସୁବୋଧ କୁମାର ପରିଡା, କ୍ଷିରୋଦଚନ୍ଦ୍ର ସାମଲ, ଗୁରୁଚରଣ ନାୟକ, ବିଷ୍ଣୁଚରଣ ନାୟକ ଓ ନୀଳମଣି ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶିକ୍ଷାବିତ ଅତୁଲ୍ୟ କୁମାର ରଥଙ୍କ ମଂଚ ପରିଚାଳନାରେ ଏହି ଉତ୍ସବର ଶିକ୍ଷାବିତ ଗୌରାଙ୍ଗ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର