ମହାକାଳପଡା, ୦୬/୧୧/୨୦୧୯(ଓଡ଼ିଶା ସମାଚାର)-ମହାକାଳପଡ଼ା ବ୍ଲକ ଅଳାଇଲୋ ଗ୍ରାମ ନିକଟ ଗୋବରୀ ନଦୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କୁ ଚିହ୍ନଟ କରାଯାଇଛି । ସେ କେନ୍ଦ୍ରାପଡ଼ା ବ୍ଲକ ଆୟୋବା ପଂଚାୟତ ନରଣପୁର ଗ୍ରାମର ଅଲେଖ ସେଠୀଙ୍କ ଝିଅ ଚାରୁଲେଖା ସେଠୀ(୨୪) ବୋଲି ଜଣାପଡ଼ିଛି । ତାଙ୍କ ନିକଟ ସମ୍ପର୍କିୟ ଭାଇଙ୍କ କହିବା କଥା ଗତକାଲି ଭୋର ୪ଟା୩୦ରେ ଭଉଣୀ ଶୌଚ ହୋଇ ଗୋବରୀ ନଦୀକୁ ଗୋଡ଼ ହାତ ଧୋଇବାକୁ ଯାଇଥିଲେ । କୁମ୍ଭୀର ଟାଣି ନେଇ ଯାଇଥିବା ସେମାନେ ଅନୁମାନ କରୁଛନ୍ତି । ତାଙ୍କୁ ସେମାନେ ଦୁଇଦିନ ହେଲା ଖୋଜାଖୋଜି କରୁଥିଲେ । ଆଜି ସକାଳୁ ଯୁବତୀଙ୍କ ମୃତଦେହ ଅଳାଇଲୋ ଗ୍ରାମ ନିକଟ ଗୋବରୀ ନଦୀର ଭାସୁଥବା ନେଇ ଯୁବତୀଙ୍କ ପରିବାରକୁ ଖବର ଦିଆଯାଇଥିଲା । ପରିବାର ଲୋକେ ଖବର ପାଇ ଅଳାଇଲୋ ଗ୍ରାମରେ ପହଂଚି ଝିଅର ଶବକୁ ନଦୀରୁ ଉଦ୍ଧାର କରିନେଇଛନ୍ତି । ଏ ନେଇ କେନ୍ଦ୍ରାପଡ଼ା ସଦର ଥାନାରେ ମଧ୍ୟ ପରିବାର ତରଫରୁ ଲିଖିତ ଅଭିଯୋଗ ହୋଇଥିଲା । ଓଡ଼ିଶା ସମାଚାର