Sunday , December 4 2022
Breaking News
Home / ଶିକ୍ଷା / ଇନ୍ଦୁପୁର କଲେଜରେ ‘ଆମ ଗାଁ ଆମ ସାହିତ୍ୟ ସଭା’

ଇନ୍ଦୁପୁର କଲେଜରେ ‘ଆମ ଗାଁ ଆମ ସାହିତ୍ୟ ସଭା’

କେନ୍ଦ୍ରାପଡା, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ “ଆମ ଗାଁ ଆମ ସାହିତ୍ୟ” କାର୍ଯ୍ୟକ୍ରମକୁ ନେଇ ଏକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ଇନ୍ଦୁପୁର ବିରୂପା ମହାବିଦ୍ୟାଳୟରେ ରବିବାର ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ଓଡିଶା ସାହିତ୍ୟ ଏକାଡେମୀ ସଭ୍ୟ ଡଃ ବାସୁଦେବ ଦାସ ସଭାପତିତ୍ୱ କରି କହିଥିଲେ ଯେ ଓଡିଶା ସାହିତ୍ୟ ଏକାଡେମୀର ଆଭିମୁଖ୍ୟ ହେଉଛି ସାହିତ୍ୟକୁ ଗ୍ରାମାଭିମୁଖୀ କରିବା ଓ ଗାଁରେଥିବା ସାହିତ୍ୟିକଙ୍କୁ ପ୍ରୋତ୍ସାହନ ପ୍ରଦାନ କରି ସେମାନଙ୍କ ଭିତରେ ଓଡିଶା ସଂସ୍କୃତିକୁ ଉଦ୍ଜୀବିତ କରିବା । ତାହା ଆଜି ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ରାପଡା ଜିଲାରେ ଆରମ୍ଭ ହୋଇଛି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥିଭାବରେ କହିଥିଲେ, ରାଜନୀତି ଓ ସାହିତ୍ୟ ମିଶିଗଲେ ରାଜ୍ୟର ବିକାଶ ସାଧନ ହୋଇପାରିବ । ବିରୂପା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ସମ୍ମାନିତ ଅତିଥିଭାବେ କହିଥିଲେ, ମୋ କଲେଜରେ ଏଭଳି ସାହିତ୍ୟ ସଭା ହୋଇଥିବାରୁ ମୁଁ ଗର୍ବିତ । ଏହି ମହାବିଦ୍ୟାଳୟର ଅଧ୍ୟାପକ ଡଃ ସଂଗ୍ରାମ କେଶରୀ ରାଉତ ପ୍ରବନ୍ଧ ଉପସ୍ଥାପନ କରି କହିଥିଲେ ଯେ ଆମ ଗାଁରେ ବ୍ରାହ୍ମଣୀ, ବିରୂପା ଓ କେଲୁଅ ନଦୀର ତ୍ରିବେଣୀ ସଂଗମ । ଜାତିର ପିତା ମହାତ୍ମା ଗାନ୍ଧୀ ଏହି ଗ୍ରାମକୁ ଆସି ସ୍ୱାଧୀନତା ସଂଗ୍ରାମର ବାଣୀ ପ୍ରଚାରକରି ଗ୍ରାମକୁ ଧନ୍ୟ କରିଯାଇଛନ୍ତି  । କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା ଓ କବି ନିରାକର ଦାସ ସମ୍ମାନିତ ଅତିଥିଭାବେ ଯୋଗଦେଇ ଲୋକ ସାହିତ୍ୟ ଓ ସଂସ୍କୃତିର ସ୍ଥିତି, ପ୍ରଗତି ଓ ଭବିଷ୍ୟତ ଉପରେ ଆଲୋଚନା କରିଥିଲେ । ହେମନ୍ତ ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଯୁବନେତା ଆଲୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଅପରାହ୍ଣ ଅଧିବେଶନରେ ପ୍ରାଧ୍ୟାପିକା ସଂଘମିତ୍ରା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି କରୁଣାକର ଦାସ,ଗୀତିକବି ଡଃ ନାରାୟଣ ପ୍ରସାଦ ଜେନା, ଶିକ୍ଷାବିତ୍ ଶୁଭ୍ରାଂଶୁ କୁମାର ଦାସ, କଥାକାର ରାମକୃଷ୍ଣ ଦାସ ପ୍ରମୁଖ ଆଜିର କବିତାର ସ୍ୱର ଉପରେ ଆଲୋଚନା କରିଥିଲେ । କବି ଡଃ ଚାରୁଲତା ଭୂୟାଁ,କବି ଅନସୂୟା ଭୂୟାଁ,କବି ଆରାଧନା ଦାସଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ୬୦ରୁ ଊଦ୍ଧ୍ୱର୍ କବି ଓ କବୟିତ୍ରୀ ସ୍ୱରଚିତ କବିତାପାଠ କରିଥିଲେ । କବି ଅଶୋକ ସାହୁ ଧନ୍ୟବାଦ ଦେଇଥିଲେ । କବି ସୁରେନ୍ଦ୍ର କୁମାର ବେହେରା, ଆଦିକନ୍ଦ ରାଉଳ,ଫକିର ଚରଣ ଓଝା,ଶରତ କୁମାର ରାଉତ,ରଞ୍ଜନ କୁମାର ବାଇ, ସଂଜୟ କୁମାର ମଥାନ, କବିତା ମୁଦୁଲି, ପ୍ରଭାସ ଚନ୍ଦ୍ର ଜେନା, ମୋହନ ସାହୁ, ଅଜୟ ପାତ୍ର, ଅଭୟ ମହାନ୍ତି, ପ୍ରତିଭା ଦାସ, ହିମାଂଶୁ ରାଉତ, ମଦନମୋହନ ସ୍ୱାଇଁ, ସୁରେଶ ବାଇ, ଶ୍ରଦ୍ଧାକର ବେହେରା, ବସନ୍ତ ପରିଡା, ଜାମିନୀ ଦାସ, ଭୀଷ୍ମକେତନ ପରିଡା, ଶଶିକାନ୍ତ ଦାସ, ପଦ୍ମିନୀ ପାତ୍ର,ଅର୍ଜୁନ ଓଝା,କୁଂଜବିହାରୀ ସ୍ୱାଇଁ,ଟିଟିକାନ୍ତ ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.