ପାରାଦ୍ୱୀପ ୦୫/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ସମୁଦ୍ର ଭିତରେ ବୁଡିଲା ମାଛଧରା ଟ୍ରଲର । ବ୍ଳାକରୋଜ ଜାହାଜରେ ପିଟି ହୋଇ ଦୁର୍ଘଟଣା ଘଟିଥିବା ସୂଚନା । ସ୍ଥାନୀୟ ମତ୍ସ୍ୟଜୀବୀ ମାଙ୍କ ଦ୍ୱାରା ବୁଡି ଥିବା ଟ୍ରଲରର ସମସ୍ତ ମତ୍ସ୍ୟଜୀବୀ ଉଦ୍ଧାର । ଅଳ୍ପକେ ବର୍ତିଲେ ୬ଜଣ ମତ୍ସ୍ୟଜୀବୀ । ସୂଚାନ ମୁତାବକ ଗତକିଛି ବର୍ଷ ତଳେ ବ୍ଳାକରୋଜ ନାମକ ଏକ ଜାହାଜ ସମୁଦ୍ରରେ ବୁଡି ଯାଇଥିଲା । ତବେ ସେହି ଜାହାଜରେ ମାଛଧରା ଟ୍ରଲରଟି ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କ ଦ୍ୱାରା ଟ୍ରଲରରେ ଥିବା ୬ଜଣ ମତ୍ସ୍ୟଜୀବୀ କୁ ଉଦ୍ଧାର କରାଯାଇଛି । ତେବେ ଦୁର୍ଘଟଣା ଗ୍ରସ୍ତ ଟ୍ରଲଣ “ମା ଜଗତଜନନୀ” ନାମକ ଟ୍ରଲର ବୋଲି ଜଣାପଡିଛି । ମତ୍ସ୍ୟଜୀବୀ ମାନଙ୍କ ପରିଚୟ କାଳୀ ଚରଣ ଦାସ, ସୁରେଶ ଦାସ, ବୟଲ ଚନ୍ଦ୍ର ଦାସ, କାହ୍ନୁ ଦତ, ଅମୁଲ୍ୟ ମଲ୍ଲିକ ଓ ସନ୍ତୋଷ ଗଉଡ ଘର ଚାନ୍ଦବାଲି ଓ ଆସ୍କା ଅଂଚଳରେ ବୋଲି ଜଣାପଡିଛି । ଦୁର୍ଘଟଣା ର ମୁଖ୍ୟ କାରଣ ପୂର୍ବରୁ ଯେଉଁ ଯାଗାରେ ବ୍ଳାକରୋଜ ନାମକ ଜାହାଜ ଟି ବୁଡି ଯାଇଥିଲା ତା ନିକଟରେ କୌଣସି ବୟାଁ କିମ୍ବା କିମ୍ବା ସ୍ଥାନ ନିର୍ଧାରଣ କରିବା ପାଇଁ ବ୍ୟବସ୍ଥା କରାଯାଇ ନାହିଁ ଯାହା ଫଳରେ ମାଛଧରିବା ପାଇଁ ବ୍ୟବସ୍ଥା କରାଯାଇ ନାହିଁ ଯାହା ଫଳରେ ମାଛଧରିବା ପାଇଁ ଯାଉଥିବା ମତ୍ସ୍ୟଜୀବୀ ମାନେ ଦୁର୍ଘଟଣାର ସମ୍ମୁଖୀନ ରେ ପଡୁଛନ୍ତି । ତେବେ ଏହି ଦୁର୍ଘଟଣା ଟି ବୁଡି ରହିଥିବା ଜାହାଜରେ ପିଟି ହୋଇଥିବା କାରଣରୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି ମସôଜୀବି ମାନେ । ଓଡ଼ିଶା ସମାଚାର