Thursday , May 26 2022
Breaking News
Home / ବିଶେଷ / ଶ୍ରୀ ବଳଦେବଜୀଉଙ୍କ ପ୍ରଳମ୍ବାସୁର ବଧ ନିମନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟବସ୍ତ୍ର ପ୍ରଦାନ

ଶ୍ରୀ ବଳଦେବଜୀଉଙ୍କ ପ୍ରଳମ୍ବାସୁର ବଧ ନିମନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଟବସ୍ତ୍ର ପ୍ରଦାନ

କେନ୍ଦ୍ରାପଡା,୦୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ପ୍ରଳମ୍ବାସୁର ବଧ ବେଶ ଆସନ୍ତା ଶୁକ୍ରବାର ଦିନ କାର୍ତିକ ଶୁକ୍ଳ ଏକାଦଶୀ ତିଥି ଅବସରରେ ଅନୁଷ୍ଠିତ ହେବ । ପୂର୍ବ ବର୍ଷ ଭଳି ଆଜି ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ବଳଦେବଜୀଉ, ସାନୁଜ ଜଗନ୍ନାଥ ଓ ଭଗ୍ନୀ ସୁଭଦ୍ରାଙ୍କ ପାଇଁ ଯଥାକ୍ରମେ ଘନନୀଳ, ପୀତବର୍ଣ୍ଣ ଓ ରକ୍ତବର୍ଣ୍ଣର ତିନି ଖଣ୍ଡ ପାଟ ଶାଢୀ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ସରୋଜ କୁମାର ରାୟ, ନାଜିର ବିମଳ କୁମାର କାମିଲା, ସତ୍ୟନାରାୟଣ ପାତ୍ର ଓ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଆଣି ଶ୍ରୀ ବଳଦେବଜୀଉଙ୍କ ଦେବୋତର କାର୍ଯ୍ୟାଳୟରେ ପହଁଚିଥିଲେ । ଦେବୋତର କାର୍ଯ୍ୟାଳୟ ନିକଟରୁ ସେହି ତିନି ଖଣ୍ଡ ପାଟ ଶାଢୀକୁ ଏକ ସୁସଜ୍ଜିତ ରୂପା ଥାଳିରେ ରଖାଯାଇ ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସଙ୍କୀର୍ତନ ମଣ୍ଡଳି, ବାଜା, ଘଂଟ, ଘଂଟା, ଶଙ୍ଖ, ମଶାଲ ସହ ଶ୍ରୀଜୀଉଙ୍କ ମନ୍ଦିରକୁ ନିଆଯାଇ ମନ୍ଦିର ମଧ୍ୟରେ ବଡ ପଣ୍ଡା ମାଧବ ଚନ୍ଦ୍ର ପତ୍ରିଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ପାଟବସ୍ତ୍ରକୁ ଶ୍ରୀଜୀଉଙ୍କ ପାଖରେ ଭେଟ କରାଯାଇ ଭଣ୍ଡାର ଘରେ ରଖାଯାଇଥିଲା । ଏହି ପବିତ୍ର କାର୍ଯ୍ୟକ୍ରମକୁ ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ବୋର୍ଡ ସଦସ୍ୟ ଧିରେନ ସାହୁ, ଯଯାତୀ କେଶରି ମହାନ୍ତି, ରଞ୍ଜନ କୁମାର ପୃଷ୍ଟି, ବଳରାମ ସୂଆର ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ସୁପଭାଇଜର, କର୍ମଚାରୀ, ସେବାୟତ ଓ ଶ୍ରଦ୍ଧାଳୁ ଭକ୍ତମାନେ ଅଂଶଗ୍ରହଣ କରିଥିଲେ । ଏହି ପାଟବସ୍ତ୍ରକୁ ଏକାଦଶୀ ତିଥିର ବେଶରେ ଶ୍ରୀଜୀଉଙ୍କୁ ଲାଗି କରାଯିବ । ଶ୍ରୀ ବଳଦେବଜୀଉ ଦେବୋର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସାଧୁବାଦ ଜ୍ଞାପନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର , ୨୫/୦୫/୨୦୨୨( ଓଡ଼ିଶା ସମାଚାର )-: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସୂତ୍ରଧର, ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ …

Leave a Reply

Your email address will not be published. Required fields are marked *