Wednesday , December 7 2022
Breaking News
Home / ବିଶେଷ / ରାଷ୍ଟ୍ର ଭକ୍ତି ଓ ରାଷ୍ଟ୍ର ନିର୍ମାଣ ପ୍ରତିଯୋଗିତା

ରାଷ୍ଟ୍ର ଭକ୍ତି ଓ ରାଷ୍ଟ୍ର ନିର୍ମାଣ ପ୍ରତିଯୋଗିତା

କଳାହାଣ୍ଡି ୦୫/୧୧/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ)-କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ  ବ୍ଲକ ସ୍ତରୀୟ ରାଷ୍ଟ୍ରଭକ୍ତି ଓ ରାଷ୍ଟ୍ରନିର୍ମାଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ନୂତନ ଯୁବ ସଂଯୋଜକ ପ୍ରସନ୍ନ କୁମାର ମେହେର ଏବଂ ଲେଖାପାଲ ଦୂତୀୟା ବନଛୋରଙ୍କ ନେତୃତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଓଡ଼ିଆ ଅଧ୍ୟାପିକା ଡକ୍ଟର ପଲ୍ଲିଶ୍ରୀ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଆସିଷ୍ଟାଣ୍ଟ ପ୍ରଫେସର  ପଦ୍ମଲୋଚନ ବାଗ ଉପସ୍ଥିତ ଥିଲେ। ବିଚାରକ ଭାବେ ଆସିଷ୍ଟାଣ୍ଟ ପ୍ରଫେସର ଜୟଦେବ ସାହୁ ଯୋଗଦାନ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଭୋଲେଶ୍ୱର ନାୟକ ୨ୟ ସ୍ଥାନ ଅମରେନ୍ଦ୍ର ମହାନ୍ତି ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ଚସ୍ମିତ କୋର । ଉକ୍ତ କାର୍ୟ୍ୟକ୍ରମକୁ ସହଯୋଗ କରିଥିଲେ ନେହେରୁ ଯୁବକେନ୍ଦ୍ର  କଳାହାଣ୍ଡିର ଜାତୀୟ ଯୁବ ସ୍ବେଚ୍ଛାସେବୀ ମିଳନ କୁମାର ଭୋଇ ଓ ଶଙ୍କର ନାଗ । ଓଡ଼ିଶା ସମାଚାର

Leave a Reply

Your email address will not be published.