Friday , October 29 2021
Home / ତାଜା ଖବର / ମହାନଦୀକୁ ଡ଼େଇଁ ନିଖୋଜ

ମହାନଦୀକୁ ଡ଼େଇଁ ନିଖୋଜ

ତାରପୁର, ୦୫/୧୧/୨୦୧୯(ଓଡ଼ିଶା ସମାଚାର)-ଆଜି ସକାଳେ ଜଣେ ବ୍ୟକ୍ତି ମହାନଦୀକୁ ଡ଼େଇଁ ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୯ ଟା ବେଳେ ତାରପୁର ନିକଟସ୍ଥ ମହାନଦୀ ପୋଲ ଉପରେ ସାଇକେଲ ରଖି ଜଣେ ବ୍ୟକ୍ତି ନଦୀକୁ ଡ଼େଇଁ ପଡ଼ିଲେ ବୋଲି ପ୍ରଚାର ହୋଇଗଲା । ଲୋକମାନେ ସେଙ୍ଗ ସେଙ୍ଗ ରଘୁନାଥପୁର ଦମକଳ କେନ୍ଦ୍ରକୁ ଫୋନ୍ କଲେ । ରଘୁନାଥପୁର ଦମକଳ କେନ୍ଦ୍ରର କର୍ମଚାରୀମାନେ ଆସି ମହାନଦୀରେ ଦିନ ସାରା ତଲାସି ଚଳାଇଥିଲେ ମଧ୍ୟ ମୃତ କିମ୍ବା ଜିବିତ ଅବସ୍ଥାରେ କାହାରି ପତା ପାଇନାହାନ୍ତି । ଅନ୍ୟପକ୍ଷରେ ପୋଲ ଉପରେ ରହିଥିବା ଏକ ସାଇକେଲ କୁ ରଘୁନାଥପୁର ଥାନା ପୋଲିସ୍ ଥାନାକୁ ନେଇଯାଇଛନ୍ତି । କିନ୍ତୁ ସାଇକେଲ ର କେହି ଦାବିଦାର ବର୍ତମାନ ସୁଦ୍ଧା ନାହାନ୍ତି । ଅନ୍ୟପକ୍ଷରେ ଅଢ଼େଇକୂଳ ର ଅକ୍ଷୟ କୁମାର ବିଶ୍ୱାଳ(୫୮) ଙ୍କର ସେହି ସାଇକେଲ ଓ ସେ ନିଖୋଜ ଥିବା କଥା ତାଙ୍କର ଜଣେ ସମ୍ପର୍କିୟ କହିଥିଲେ ମଧ୍ୟ ଏ ସମ୍ପର୍କରେ ଥାନାରେ ଜଣାଇନଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

କଲାହାଣ୍ଡି ୨୮/୧୦/ ୨୦୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ …

Leave a Reply

Your email address will not be published. Required fields are marked *