Friday , September 29 2023
Breaking News
Home / ବିଶେଷ / ଭାଇଚାରା ମଧ୍ୟରେ ଶେଷ ହେଲା ଉର୍ସ ଉତ୍ସବ 

ଭାଇଚାରା ମଧ୍ୟରେ ଶେଷ ହେଲା ଉର୍ସ ଉତ୍ସବ 

  କେନ୍ଦ୍ରାପଡା,୦୫/୧୧/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଜଇପୁରା (କୁମାରିଆ) ଠାରେ ମଙ୍ଗଳବାର ସନ୍ଧ୍ୟାରେ ମୋଜାଫର ବାବାଙ୍କର ବାର୍ଷିକ ଉର୍ସ ଉତ୍ସବ ଅତ୍ୟନ୍ତ ଆନନ୍ଦଉଲ୍ଲାସର ସହିତ  ପାଳିତ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ଦୂରଦୂରାନ୍ତରୁ ଆସିଥିବା ମୈାଲବୀମାନଙ୍କ ଧର୍ମବାଣୀ ଶୁଣିବାକୁ ବହୁ ସଂଖ୍ୟାରେ ମୁସଲିମ ଓ ହିନ୍ଦୁ ସଂପ୍ରଦାୟର ଲୋକମାନେ ଯୋଗଦେଇଥିଲେ । ଭାଇଚାରା ପାଇଁ ପ୍ରସିଦ୍ଧ କେନ୍ଦ୍ରାପଡା ସହର ଏହାକୁ  ପୁନର୍ବାର ଜଇପୁରା ଓ କୁମାରିଆର ବାସିନ୍ଦାମାନେ ପ୍ରମାଣିତ କରିଛନ୍ତି  । ଏହି ଉସôବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ସହରର ୧୧ନମ୍ବର ୱାର୍ଡର ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା ଯୋଗଦେଇ ଉଭୟ ସଂପ୍ରଦାୟର ଭାଇମାନଙ୍କୁ  ମିଳିମିଶି  ଚଳିବା  ସହିତ  ସମସ୍ତ ପର୍ବଗୁଡିକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ମୋଜାଫର ସାହା ବାବା କମିଟି ପକ୍ଷରୁ ଏହି ଉସôବକୁ ବହୁ ହିନ୍ଦୁ ଭାଇମାନଙ୍କୁ ନିମନ୍ତ୍ରଣ କରାଯିବା ସହ ସେମାନଙ୍କୁ ଉରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉସôବରେ ମୋଜାଫର ସାହା ବାବା କମିଟିର ସମସ୍ତ ସଦସ୍ୟଙ୍କ ସହ ବଳରାମ ଦାସ, ପ୍ରଭାତ ଚନ୍ଦ୍ର ଅଧିକାରୀ, ଗୋପିନାଥ ଦାସ, ସୁରେନ୍ଦ୍ର ଦାସ, ବିଜୟ ମାହାଲିକ, ସୁରେନ୍ଦ୍ର ବେହେରା, ମାଧବ ଦାସ, ଚନ୍ଦ୍ରଭାନୁ ଦାସ, ସ୍ମୃତିରଞ୍ଜନ ଦାସ, ବୈଷ୍ଣବ ବେହେରା, ରତ୍ନାକର ଦାସ, ସେକ ଦବିର ରୁଦ୍ଧିନ, ସେକ ମୋହିଉଦିନ, ସେକ ରହେମାନ, ସେକ କେଫାତ, ସେକ ଆସଫ, ସେକ ଅଜିଜ, ସେକ ହଫିଜୁଲ୍ଲା, ସେକ ନସିରଉଦିନ ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *