Saturday , June 25 2022
Home / ବିଶେଷ / ନୂଆପଡା ବଜାରରେ ଲାଗିଥିବା ହାଇମାକ୍ସ ଲାଇଟ୍ ଭାଙ୍ଗିରୁଜି ଗଲାଣି  

ନୂଆପଡା ବଜାରରେ ଲାଗିଥିବା ହାଇମାକ୍ସ ଲାଇଟ୍ ଭାଙ୍ଗିରୁଜି ଗଲାଣି  

ଗରଦପୁର,୦୫/୧୧/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ନୂଆପଡା ବଜାର ଠାରେ ସ୍ଥାପନା କରାଯାଇଥିବା ହାଇମାକ୍ସ ଲାଇଟ୍ ଦୀର୍ଘ ଦିନ ଅଚଳ ହୋଇ ପଡି ରହିବା ଫଳରେ ଏବେ ଭାଙ୍ଗିରୁଜି ଗଲାଣି । ଏଥି ନେଇ କୌଣସି ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କ  ନଜର ଥିବା ପରି ମନେ ହେଉ ନାହିଁ । ଏ ନେଇ ବଜାରରେ ଥିବା ବ୍ୟବସାୟୀ ଓ ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ, ନୂଆପଡା ବଜାର ଅନ୍ଧାର ରହୁଥିବା ନେଇ ଚିତ୍ରୋପôଳା ବଣିକ ସଂଘର ଅନୁରୋଧକ୍ରମେ ଗତ କିଛି ବର୍ଷ ପୂର୍ବରୁ କେନ୍ଦ୍ରାପଡାର ତତ୍କାଳିନ ସାଂସଦ ଥିବା ପ୍ରଭାତ କୁମାର ସାମନ୍ତରାୟ ନୂଆପଡା ବଜାରର ଜନ ଗହଳି ପୂର୍ଣ୍ଣ ରହୁଥିବା ଛକ ସ୍ଥାନରେ ହାଇମାକ୍ସ ଲାଇଟ୍ ସ୍ଥାପନା କରାଇଥିଲେ । ଏହି ହାଇମାକ୍ସ ଲାଇଟ୍ କୁ ନିକଟସ୍ଥ ସ୍ଥାନରୁ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା । ଏହି ହାଇମାକ୍ସ ଲାଇଟ୍ ସ୍ଥାପନା ଫଳରେ ଅନ୍ଧାରରେ ରହୁଥିବା ବଜାର ଆଲୋକିତ ହେବା ସହିତ ଏହାର ସୁବିଧା ବଜାରରେ ଥିବା ବ୍ୟବସାୟୀମାନଙ୍କ ସହିତ ସାଧାରଣ ଲୋକମାନେ ମଧ୍ୟ ଉପକୃତ ହେଲେ । ମାତ୍ର ଗତ ପ୍ରାୟ ୫ ବର୍ଷ ହେଲା ଏହି ହାଇମାକ୍ସ ଲାଇଟ୍ରୁ ବିଦ୍ୟୁତ ସଂଯୋଗ କାଟି ଦିଆଯିବା ଫଳରେ ଏହା ବସ୍ତୁତ ଅଚଳ ହୋଇପଡି ରହିଲା । ପରବର୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣା ମଧ୍ୟ କରାଗଲା ନାହିଁ । ଫଳରେ ଏହି ହାଇମାକ୍ସ ଲାଇଟ୍ ର ଉପର ଭାଗ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ବଜାର ମଧ୍ୟରେ ପୂର୍ବ ପରି ଅନ୍ଧାର ରହୁଛି । ବଜାର ରାତ୍ରୀ ସମୟରେ ଅନ୍ଧାର ରହୁଥିବାରୁ ଅସାମାଜିକ ଲୋକମାନଙ୍କ ମଧ୍ୟ ଉପଦ୍ରବ ହେଉଥିବା ବଜାର କମିଟି ପକ୍ଷରୁ କୁହାଯାଇଛି । ବଜାରରେ ଏବେ ପ୍ରାୟ ୧୪୫ରୁ ଉଦ୍ଧ୍ୱର୍ ବ୍ୟବସାୟୀମାନେ ଛୋଟବଡ ବ୍ୟବସାୟ ପ୍ରତିଷ୍ଠାନ କରିଛନ୍ତି । ଆଉ ମଧ୍ୟ ଏହି ବଜାର ଗରଦପୁର ଓ ମାର୍ଶାଘାଇ ବ୍ଲକ ଅଂଚଳର ଅନେକ ଗ୍ରାମର ଲୋକମାନଙ୍କର ଏକ ପ୍ରମୁଖ ସ୍ଥାନ ହୋଇଥିବାରୁ ଏଠାରେ ସ୍ଥାପିତ ହୋଇଥିବା ହାଇମାକ୍ସ ଲାଇଟ୍କୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବା ପାଇଁ ଚିତ୍ରୋପôଳା ବଣିକ ସଂଘର ସଭାପତି ନିରଞ୍ଜନ ଦାସ ଉପଦେଷ୍ଟା ଡାକ୍ତର ବିଷ୍ଣୁ ଚରଣ ପ୍ରଧାନ,ବ୍ରଜ କିଶୋର ସାହୁ,ଆଲୋକ ରଞ୍ଜନ ପରିଜା,ଧୂନ ନାୟକ ପ୍ରମୁଖ ଜିଲାପାଳଙ୍କ ଠାରେ ଦାବି ଜଣାଇଛନ୍ତି ।  ଓଡ଼ିଶା ସମାଚାର

About admin

Check Also

କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ

କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …

Leave a Reply

Your email address will not be published. Required fields are marked *