Wednesday , October 4 2023
Breaking News
Home / ବିଶେଷ / ନାମାଚାର୍ଯ୍ୟ ବାୟାବାବାଙ୍କ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ନାମାଚାର୍ଯ୍ୟ ବାୟାବାବାଙ୍କ ଜନ୍ମୋତ୍ସବ ପାଇଁ ପ୍ରସ୍ତୁତି ବୈଠକ 

ଗରଦପୁର, ୦୫/୧୧/୨୦୧୯(ଓଡ଼ିଶା ସମାଚାର)-ନାମାଚାର୍ଯ୍ୟ ଶ୍ରୀମଦ୍ଧ୍ ବାୟାବାବାଙ୍କ ଜନ୍ମୋତ୍ସବ ପାଳନ କରାଯିବା ସମ୍ପର୍କରେ ଆଜି ଆଶ୍ରମ ବାଲିକୁଦାସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଆଶ୍ରମ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ମହନ୍ତ ବାବାଜୀ ପରମାନନ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଡିସେମ୍ବର ମାସର୧୫ତାରିଖ ଠାରୁ୧୭ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ନାମାଚାର୍ଯ୍ୟ ବାୟାବାବାଙ୍କ ଜନ୍ମୋତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଯାଇଥିବାବେଳେ,ଏଥି ପାଇଁ ଆଶ୍ରମ ପରିସରରେ ନବନିର୍ମିତ ନାମାଚାର୍ଯ୍ୟଙ୍କ ଯୋଗ ଓ ସ୍ମୃତି ହଲ୍ ମଧ୍ୟରେ ନାମାଚାର୍ଯ୍ୟଙ୍କ ପ୍ରକଟ ସମୟର ବିଭିନ୍ନ ଲୀଳା ସମ୍ପର୍କିତ ଫଟୋଚିତ୍ରମାନ ସ୍ଥାନିତ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଚ୍ଚିନନ୍ଦନ କଳ୍ପତରୁ ଟ୍ରଷ୍ଟ ଓ ବିଶିଷ୍ଠ ସନ୍ନ୍ୟାସୀମାନଙ୍କ ଦ୍ୱାରା ଉଦଘାଟିତ କରାଯିବା,ବିଭିନ୍ନ ଦିବସରେ ପାଲା ସମ୍ମିଳନୀ, ପ୍ରବଚନ, ସଂକିର୍ତନ ସମାରୋହ, ସାଧୁ ସନ୍ନ୍ୟାସୀ ମାନଙ୍କ ଆଗମନ ଆଦି ଆଧ୍ୟାତ୍ମିକ କାର୍ଯ୍ୟ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଜନ୍ମୋତ୍ସବକୁ ଶୃଙ୍ଖଳିତ ଭାବରେ ସମାପନ କରାଯିବା ପାଇଁ ଯୋଜନାମାନ ପ୍ରସ୍ତୁତି କରାଯାଇଥିଲା । ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ବାବାଜୀ କଳ୍ପତରୁ ଦାସ, ପ୍ରଶାନ୍ତ କୁମାର ନାୟକ, ଅଞ୍ଜନ କୁମାର ଷଢଙ୍ଗି, ରାଜକିଶୋର ରାଉତରାୟ, ଉତମ ଚରଣ ଦାସ, ଭାବଗ୍ରହୀ ବେହେରା, ବାବାଜୀ ବୈକୁଣ୍ଠ ଚରଣ ଦାସ,ନିତ୍ୟାନନ୍ଦ ପଣ୍ଡା ପ୍ରମୁଖ ଆଶ୍ରମର ଅନ୍ତେବାସୀ ଓ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *